ବାଲିଗୁଡା/କ୍ରାନ୍ତିକ୍ଷେତ୍ର : କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀର ପୁର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ସମାରୋହ ସ୍ଥାନୀୟ ସଭାଗୃହ ଠାରେ ପାଳନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥୀ ଭାବେ ସାଂସଦ ଶୁକାନ୍ତ ପାଣିଗ୍ରାହୀ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥୀ ଭାବେ ଫୁଲବାଣୀ ବିଧାୟକ ଉମା ଚରଣ ମଳିକ, ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷ ମାନଗୋବିନ୍ଦ ପ୍ରଧାନ, ବିଜେପି ଜିଲ୍ଲା ସଭାତି ପଣ୍ଡିତ ବିଶିମାଝି, ଭଗବାନ ମହାନ୍ତ, ପବିତ୍ର କହନାବାସୀ କଲ୍ୟାଣ ଆଶ୍ରମର ଉପସଭାପତି, ଲୋକନାଥ ମାଝୀ, ବିଜେପି ରାଜ୍ୟକାଯ୍ୟକାରିଣି ସଦସ୍ୟ ଜଗନ୍ନାଥ ସାହୁ, ଘୁ ଉଦୟଗିରୀର ପୁର୍ବତନ ବିଧାୟିକା ଅଜୟକ୍ତି ପ୍ରଧାନ,ସନ୍ଥ ଜଗଦାନନ୍ଦ ଓ ଅଚ୍ୟୁତ ବାବା. ପ୍ରମୁଖ ମଂଚାସିନ ଥିଲେ। ସ୍ବର୍ଗତ କରେନ୍ଦ୍ର ମାଝୀଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଦେବା ସହ ତାଙ୍କରି ଦୁଇଥର ବିଧାୟକ ଥିବା ସମୟରେ ବାଲିଗୁଡା ନିର୍ବାଚନ ମଣ୍ଡଳୀ ପାଇଁ କରିଥିବା କାଯ୍ୟ ଓ ଅନ୍ୟାନ୍ୟ ଉପରେ ସ୍ମୃତି ଚାରଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଦେବେନ୍ଦ୍ର କୁଦେଇ,ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ସଂଯୋଜନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବାଲିଗୁଡା ନିର୍ବାଚନ ମଣ୍ଡଳୀର ଅନେକ ଜନସାଧାରଣ ଓ ବିଭିନ୍ନ ସଂଗଠନ ଯୋଗଦେଇଥିଲେ ( ସର୍ଗତ ମାଝୀଙ୍କ ସୁପୁତ୍ର ଇଂ ଚିରଂଜିବୀ ମାଝୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
