ବାଲିଗୁଡ଼ାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସ

ବାଲିଗୁଡ଼ା/କ୍ରାନ୍ତିକ୍ଷେତ୍ର : ସ୍ବାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସ ରାଷ୍ଟ୍ରୀୟ ବଜରଙ୍ଗ ଦଳର ଓଡିଶା ପ୍ରଦେଶ ଅଧ୍ୟକ୍ଷ ବିଶ୍ଵନାଥ ପାତ୍ର(ଜିତୁ ଭାଇ)ଙ୍କ ଅଧ୍ୟକ୍ଷତାରେ ବାଲିଗୁଡ଼ା ନଗରରେ ପାଳିତ ହୋଇଯାଇଛି । ସ୍ୱାମୀ ଲକ୍ଷ୍ମଣା ନନ୍ଦ ଆଦର୍ଶ କନ୍ଧମାଳ ବିକାଶ ମଞ୍ଚ ପକ୍ଷରୁ ପ୍ରଥମେ ସକାଳ ସମୟରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପୁଜାର୍ଚ୍ଚନା କରିବା ସହ ଏକ ସଭାର ଆୟୋଜନକରାଯାଇଥିଲା। ଏଥିରେ ସ୍ଵାମୀଜୀଙ୍କ ଆଦର୍ଶ ଓ ତ୍ୟାଗ ମହିମାକୁ ମନେ ପକାଇବା ସହ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ଚକାପାଦ ଓ ଜାଲେଶପଟ୍ଟା ଆଶ୍ରମରେ ଅନେକ ଛାତ୍ରଛାତ୍ରୀ ସନାତନ ଧର୍ମର ପାଠ ପଢିବା ସହ ଅନେକ ଛାତ୍ରଛାତ୍ରୀ ଆଜି ଆଗଧାଡିରେ ଅଛନ୍ତି ହିନ୍ଦୁ ଧର୍ମ ରକ୍ଷା ପାଇଁ ତାଙ୍କରି ଅବଦାନ ଏବଂ ହିନ୍ଦୁଧର୍ମ ରକ୍ଷା ପାଇଁ କେମିତି ସଂଗଠନ କାମ କରିବେ ତାରି ଉପରେ ଆଲୋଚନା କରାଯାଇଛି। ଏହା ପରେ ଏକ ରାଲି ମଧ୍ୟ୍ୟମରେ ନଗର ପରିକ୍ରମା କରାଯାଇଥିଲା। ରାଜ୍ୟ ଅଧ୍ୟକ୍ଷ ବିଶ୍ୱନାଥ ପାତ୍ରଙ୍କ ସମେତ ଜିଲ୍ଲା ସଭାପତି ଅରୁଣ ନାୟକ, ରାଷ୍ଟ୍ରୀୟ ବଜରଙ୍ଗ ଦଳର ଓଡିଶା ପୁର୍ବ ସମ୍ପାଦକ ଅରବିନ୍ଦ ଦାସ, କେନ୍ଦ୍ରାପଡା ବିଭାଗ ସଂଯୋଜକ ବାଦଲ ଦାସ,ରାଜ୍ୟ ଗୋରକ୍ଷା ପ୍ରମୁଖ ମୃତ୍ୟୁଜୟ ଦାସ, ହିନ୍ଦୁ ମହାସଭା ରାଜ୍ୟ ଅଦକ୍ଷ ସୁର୍ଯ୍ୟବଂଶୀ ଜୟନ୍ତ ପାତ୍ର ପ୍ରମୁଖ ମଂଚାସିନ ଥିଲେ ।  ଉକ୍ତ କାଯ୍ୟକ୍ରମରେ ଦୀକ୍ଷାଗୁରୁ, କିର୍ତନ ଗୁରୁ ସମେତ ଅନେକ ପୁରୁଷ ଓ ମହିଳା ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *