ଚାଷ ବିଲକୁ ଯାଇ ନଦୀ ମଝିରେ ଫସିଲେ ପରିବାର

ବେହେରା/କ୍ରାନ୍ତିକ୍ଷେତ୍ର (ପଦ୍ମବନ ବେମାଲ ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ ଗ୍ରାମପଞ୍ଚାୟତ ଖୁଣ୍ଟିଆ ଗ୍ରାମ ପାଖକୁ ଲାଗି ପ୍ରବାହିତ ହେଉଛି ମୁଦ୍ରାନଦୀ। ଦିନ ଦ୍ୱିପ୍ରହରେ ଖୁଣ୍ଟିଆ ଗ୍ରାମର କୁମନାଥ ଧରୁଆଙ୍କ ପାଞ୍ଚ ପରିବାର ନିଜ ଚାଷ ଜମିକୁ କାମକରିବାକୁ ଯାଇଥିଲେ। କିନ୍ତୁ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ହଠାତ ମୁଦ୍ରାନଦୀରେ ପାଣି ବଢ଼ିଯିବା ରୁ ମଝି ନଦୀରେ ଥିବା ଏକ ଉଚ୍ଚ ସ୍ଥାନରେ ରହି ଉଦ୍ଧାର ପାଇଁ ଗ୍ରାମବାସୀଙ୍କୁ ନିବେଦନ କରିଥିଲେ। ଫଳରେ ଖବର ପାଇଁ କୋକସରା ବିଡିଓ  ହିମାଞ୍ଚଳ ମାଝୀ, ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନ ଚେୟାରମେନ ରାଜୀବ ଅଗ୍ରୱାଲ, ଧର୍ମଗଡ଼ ରୁ ଅଗ୍ନିଶମ ବାହିନୀ ଘଟଣା ସ୍ଥଲରେ ପହଞ୍ଚି ଫସିଥିବା ପରିବାରକୁ ଉଦ୍ଧାର କରିଥିବାରୁ ଅଂଚଳବାସୀ ସାଧୁବାଦ ଜଣାଇଛନ୍ତି। ଏହି ଉଦ୍ଧାର କାର୍ଯ୍ୟରେ ପିଇଓ  ଦାମୋଦର ବେମାଲ, ଟଙ୍କଧର ଧରୁଆ ଧର୍ମବ୍ରତ ପଣ୍ଡା, କୈଳାଶ ସୁନାନୀ, ଚୈତନ୍ୟ ଧରୁଆ, କ୍ଷେତ୍ର ଧରୁଆ, ଚୈତନ୍ୟ ଧରୁଆ ପ୍ରମୁଖ ବ୍ୟକ୍ତି ସମୂହ ସହ ଗ୍ରାମବାସୀ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *