ବିଧାୟକଙ୍କ ଦ୍ବାରା ଗ୍ରୀନଭେଳି ଏକାଡେମୀ ସ୍କୁଲର ନୂତନ କୋଠା ଉଦଘାଟିତ ଓ ବାର୍ଷିକ ଉତ୍ସବ

କଲମପୁର/କ୍ରାନ୍ତି କ୍ଷେତ୍ର (ଗଣେଶରାମ ବାଗ) : କଲମପୁର ବ୍ଲକ ଅନ୍ତର୍ଗତ ଗ୍ରୀନ ଭେଳି ଏକାଡେମୀ ସ୍କୁଲର ନୂତନ ସ୍କୁଲ କୋଠାର ଶୁଭ ଉଦଘାଟନ ଓ ବାର୍ଷିକ ଉତ୍ସବ ଶନିବାର ଦିନ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଧର୍ମଗଡ଼ ବିଧାୟକ ସୁଧୀର ରଂଞ୍ଜନ ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ। ଥୁଆମୂଳ ରାମପୁର ମାଁ ମାଣିକେଶ୍ଵରୀ କଲେଜ ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା ମୁଖ୍ୟ ବକ୍ତା, ପଞ୍ଚାୟତ ସମିତି ଅଧ୍ୟକ୍ଷା ଜ୍ୟୋତି ନାଏକ ସ୍ବତନ୍ତ୍ର ଅତିଥି , ପ୍ରଧାନ ଶିକ୍ଷକ ନବକିଶୋର ଆଚାର୍ଯ୍ୟ, ସ୍କୁଲ କମିଟି ସଭାପତି ମୁକେଶ କୁମାର ଅଗ୍ରୱାଲ, ପଣ୍ଡିଗାଁ ସରପଞ୍ଚ କବିତା ଜୈନ, ମିନଗୁର ସରପଞ୍ଚ ନିହାରିକା ବେହେରା, ଦେପୁର ସରପଞ୍ଚ ଟିଙ୍କଳ ପାତ୍ର, କୋଟାଗାଁ ସରପଞ୍ଚ ଚନ୍ଦନ କୁମାର ପଣ୍ଡା, ପୂର୍ବତନ ସରପଞ୍ଚ ବିଜୟ କୁମାର ପପଣ୍ଡା ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ପରିଚାଳନା କମିଟିର କାର୍ଯ୍ୟକାରୀ ସଦସ୍ୟ ମନୋଜ ଅଗ୍ରୱାଲ, ଶିବରାମ ସାହୁ, ସୁଶୀଲ ଜୈନ, ଜଗୁ ଶର୍ମା, ଦେବରାଜ ମିଶ୍ର ପ୍ରମୁଖ ଦାୟିତ୍ୱ ବହନ କରିଥିଲେ। କାର୍ଯ୍ୟକ୍ରମରେ କଲମପୁର ଥାନା ଆଇଆଇସି ବିଶ୍ୱମ୍ବର କହଁରଙ୍କ ସହିତ କଲମପୁର ପୋଲିସ ଉପସ୍ଥିତ ରହିଥିଲେ, ପ୍ରିନ୍ସିପାଲ ଶିବାନୀ ଶର୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ସନ୍ଧ୍ୟାରେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ଗୀତ ପରିବେଷଣ ହେବା ସହ ପୂର୍ବ ପ୍ରତିଯୋଗିତା ଗୁଡିକରେ କୃତି ଛାତ୍ରଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇ ଥିଲା। ଶେଷରେ ପ୍ରିନ୍ସପାଲ ଶ୍ରୀମତୀ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।