ସ୍ତ୍ରୀ ସହ ଝଗଡା ଲାଗି ବିଷ ପିଇଲେ ସ୍ୱାମୀ

ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବାଞ୍ଜିବାହାଲ ଗାଁରେ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ସହ ଝଗଡା ଲାଗି ସ୍ୱାମୀ ବିଷ ପିଇ ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଗାଁ ର ହେମନ୍ତ ମାଝୀ (୩୫)ଔରଫ ବାବୁଲି । ଆଜି ତାଙ୍କ ସ୍ତ୍ରୀ ଜେମା ମାଝୀ ସହ ନିଜ ଚାଷ ଜମି କୁ ଯାଇଥିଲେ ସେଠାରେ କୌଣସି କଥା କୁ ନେଇ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ରେ ରାଗିଯାଇ ହେମନ୍ତ କୀଟନାଶକ ଔଷଧ ପିଇ ଦେଇଥିଲେ।ତାଙ୍କୁ ଗୁରୁତର ଅବସ୍ଥାରେ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବ। ସଂସାର କରିଥିଲେ ସ୍ୱାମୀ ସ୍ତ୍ରୀ ମଧ୍ୟ ବଚସା ସାଧାରଣ କଥା କିନ୍ତୁ ସାମାନ୍ୟ ବଚସାରେ ଏଭଳି ବିଷ ପିଇଦେବା ଘଟଣା ଲୋକଙ୍କୁ ଆଚମ୍ବିତ କରିଛି। ଘଟଣାର ପୋଲିସ ତଦନ୍ତ ଆରମ୍ଭ କରିଛି।