ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା କୃଷ୍ଣଚନ୍ଦ୍ର କ୍ଲବ ମଞ୍ଚରେ ମହାସମାରୋହରେ ସାହିତ୍ୟ ସଂସଦ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ର ସଭାପତି ବିଶିଷ୍ଟ ଘୁମୁରଗୁରୁ ତଥା ବିଶେଷଜ୍ଞ ତୀର୍ଥରାଜ ଦଳପତିଙ୍କ ସଭାପତିତ୍ବରେ ପ୍ରାକ୍ତନ ପ୍ରାଧ୍ୟାପକ ଦାଶରଥି ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ପଦ୍ମ ମିଶ୍ର, ସମ୍ମାନୀୟ ଅତିଥି ରୂପେ ଜୁନାଗଡ ମୂର୍ଚ୍ଛନା ସାହିତ୍ୟ ସାଂସଦ ସଭାପତି କୈଳାଶ ଚନ୍ଦ୍ର ରାଉତ, ଧର୍ମଗଡ ସଭାପତି ଲିଙ୍ଗରାଜ ପାତ୍ର, ପ୍ରାକ୍ତନ ପ୍ରାଧ୍ୟାପକ ଶ୍ରବଣ ଗୁପ୍ତା ଯୋଗ ଦେଇଥିଲେ। ସଂପାଦକ ସିଦ୍ଧାର୍ଥ ମିଶ୍ର ବିବରଣୀ ପଠନ କରିଥିଲେ। ବିଶିଷ୍ଟ ସାହିତ୍ୟିକ ଓ ଉଦ୍ଘୋଷକ ମାନସ ରଞ୍ଜନ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ଏହି କ୍ରମରେ ଜିଲ୍ଲାସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ଜିଲ୍ଲା ର କୋଣ ଅନୁକୋଣ ରୁ କବି ମାନେ ଯୋଗ ଦେଇଥିଲେ। ଲୋକ କବି ରବୀନ୍ଦ୍ର ଖମାରୀଙ୍କ ପୁସ୍ତକ ପୁରା ଉନ୍ମୋଚନ ହୋଇଥିଲା। ଜଗଦୀଶ ବୈଠାରୁ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଗୌରଚନ୍ଦ୍ର ସାହୁଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସଙ୍ଗୀତକାର ଓ ନାଟ୍ୟକାର ପୂର୍ଣ୍ଣଚନ୍ଦ୍ର ପଣ୍ଡା, ମୁଖ୍ୟବକ୍ତା ବରିଷ୍ଠ ସାମ୍ବାଦିକ ପ୍ରାଣ ରଞ୍ଜନ ବେହେରା, ସମ୍ମାନୀତ ଅତିଥି ବରିଷ୍ଠ ସାମ୍ବାଦିକ ଅଶ୍ରଫ ଅଲ୍ଲୀ, ଯୋଗ ଦେଇଥିଲେ। ଅନୁଷ୍ଠାନର ଉପଦେଷ୍ଟା ପ୍ରତାପ ଦାସ ଅଧିକାରୀ, ସହ ସମ୍ପାଦକ ଶଙ୍କର ଦୟାଲ ସିଂ, ଉପସଭାପତି ସ୍ୱର୍ଣପ୍ରଭା ରଥ, ଲଳିତ ନାୟକ, ସରୋଜ ସାହୁ, ବିକାଶ ସାହୁ, ବିରଞ୍ଜନ ନାଏକ, ଅଞ୍ଜନ ସାହୁ, ଯଶୋଦା ପଟ୍ଟନାୟକ, ଶାଶ୍ଵତୀ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
