ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ପାଇକକେନ୍ଦୁମୁଣ୍ଡି ଗ୍ରାମ ପଞ୍ଚାୟତ କୋଟପାଡି ଗାଁର ଧନୁର୍ଯ୍ୟ ପଟେଲ(୫୫)ଙ୍କ ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ରେ ହଠାତ ମୃତ୍ୟୁ ହୋଇଛି। ସେ ଗତ ଦୁଇ ବର୍ଷ ତଳ ଦାଦନ ଶ୍ରମିକ ଭାବେ ସୁଦୂର ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଯାଇ ସେଠାରେ ଥିବା ଏକ ତମ୍ବାଖୁ ଫେକ୍ଟ୍ରି ରେ ଶ୍ରମିକ ଭାବେ କାମ କରୁଥିଲେ। ଗତକାଲି ଧନୁର୍ଯ୍ୟଙ୍କୁ ପେଟ ଦରଦ ହେବା ଫଳରେ ସେ ହସ୍ପିଟାଲ ଯାଇଥିଲେ। କିନ୍ତୁ ରାତିରେ ଗୁରୁତର ହୋଇ ମୃତୁ ବରଣ କରିଥିବା ତାଙ୍କ ସ୍ତ୍ରୀ କସ୍ତୁରୀ କହିଛନ୍ତି।ବର୍ତ୍ତମାନ ଶବ ଆଣିବା ପାଇଁ ପରିବାର ସକ୍ଷମ ନୁହଁନ୍ତି। ଏଣୁ ପ୍ରଶାସନ ଧନୁର୍ଯ୍ୟଙ୍କ ଶବ ଆଣିବା ବ୍ୟବସ୍ଥା କରନ୍ତୁ ବୋଲି ପରିବାର ଲୋକେ ଅନୁରୋଧ କରିଛନ୍ତି। ଧନୁର୍ଯ୍ୟ ଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ କସ୍ତରୀ, ଝିଅ ଓ ୭୦ ବର୍ଷୀୟ ବୁଢୀ ମା ଜଣେ ଅଛନ୍ତି।
