ପଳାଶ  ଗାଁ ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞ ଉଦଯାପିତ

ଜୁନାଗଡ/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ପଳାଶ ଗ୍ରାମଠାରେ ଚାଲିଥିବା ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ଉଦଯାପିତ ହୋଇଯାଇଛି।  ଏହି ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ସୋମବାର ଠାରୁ ନାମ ସଂକୀର୍ତ୍ତନ ଆରମ୍ଭ କରି ଆଜି ସକାଳେ ନାମ ସଂକୀର୍ତ୍ତନ ସମାପ୍ତ କରିବା ସହ ପୂର୍ଣ୍ଣାହୁତି କରାଯାଇଥିଲା। ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞକୁ ଉଆଁସୁ ମେହେର ଆୟୋଜନ କରିଥିବାବେଳେ ତାଙ୍କ ଜ୍ୟେଷ୍ଠ ପୁତ୍ର ବୃନ୍ଦାବନ ମେହେର ଓ ତାଙ୍କ ଧର୍ମପତ୍ନୀ ଦିପାଞ୍ଜଳି ମେହେର ଏବଂ ସାନ ପୁତ୍ର ବିକର୍ଣ୍ଣ ମେହେର ଓ ତାଙ୍କ ଧର୍ମପତ୍ନୀ ଶିତଲା ମେହେର କର୍ତ୍ତା କାର୍ଯ୍ୟ ତୋଲାଇଥିଲେ।

ପୂଜକ ଗୋପାଳ ଠାକୁର, ଭାସ୍କର ଠାକୁର ତଥା ଅନ୍ୟାନ୍ୟ ସହଯୋଗୀ ପୂଜା କାର୍ଯ୍ୟ ସମାପ୍ତ କରିଥିଲେ। ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞରେ ରାଧାକୃଷ୍ଣ ସଂକୀତ୍ତନ ମଣ୍ଡଳୀ ପଳାଶ, ଜୁନାଗଡ, ସିବଶକ୍ତି ସଂକୀର୍ତ୍ତନ ମଣ୍ଡଳୀ ନକଟିଗୁଡ଼ା, ଜୁନାଗଡ, ମହିଳା ସଂକୀର୍ତ୍ତନ ମଣ୍ଡଳୀ ରତନପୁର, କଳାହାଣ୍ଡି, ଶ୍ରୀଚୈତନ୍ୟ ଠାକୁର ବାଳିକା ସଂକିର୍ତ୍ତନ ମଣ୍ଡଳୀ ଘୁଚାପାଲି, ବଲାଙ୍ଗୀର, ଶ୍ରୀକୃଷ୍ଣା ୟଙ୍ଗଷ୍ଟାର ସଂକୀର୍ତ୍ତନ ମଣ୍ଡଳୀ ଖୁଜେନ, ଜାମପଡା, ପାଟଣାଗଡ, ଗ୍ରାମପତି ବାଳିକା ସଂକୀର୍ତ୍ତନ ମଣ୍ଡଳୀ ମିଠାପାଲି, ବଲାଙ୍ଗୀର, ରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀ କର୍ଲାକୋଟ, କଳାହାଣ୍ଡି, ଜୟ ଜଗନ୍ନାଥ ସଂକୀର୍ତ୍ତନ ମଣ୍ଡଳୀ ଭୁଲିଆଦିହୀ , ବରଗଡ଼, ଓଡ଼ିଶୀ ମହିଳା ସଂକୀର୍ତ୍ତନ ମଣ୍ଡଳୀ ଚୁଲାଦର୍ହ୍, ବଲାଙ୍ଗୀର। ଏହିପରି ନଅ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ଭାଗ ନେଇଥିଲେ।

ଆୟୋଜକଙ୍କ ସାନ ପୁତ୍ର ବିକର୍ଣ୍ଣ ମେହେର ଓ ତାଙ୍କ ଧର୍ମପତ୍ନୀ ଶିତଳା ମେହେର ଦଧିହାଣ୍ଡିକୁ ପରିକ୍ରମା କରିଥିବା ବେଳେ ଗ୍ରାମପତି ବାଳିକା ସଂକୀର୍ତ୍ତନ ମଣ୍ଡଳୀ ମିଠାପାଲି , ବଲାଙ୍ଗୀର ଓ ରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀ ପଳାଶ , ଜୁନାଗଡ ଦଳ ଗାଁ ପରିକ୍ରମା କରିବା ସହ ଦଧିହାଣ୍ଡି ଭଗ୍ନ ସମୟରେ ସହଯୋଗ କରିଥିଲେ , ଦିନ ଏକ ଘଣ୍ଟା ସମୟରେ ଆନନ୍ଦ ବଜାରରେ ଗ୍ରାମର ଜନସାଧାରଣ ଉପସ୍ଥିତ ରହି ପ୍ରସାଦ ସେବନ କରିବା ସହ ସମାପ୍ତ କରିଥିଲେ।