କୋକସରା/କ୍ରାନ୍ତିକ୍ଷେତ୍ର : ରାଜ୍ୟ କାୟାକଳ୍ପର ଏକ ୩ ଜଣିଆ ଟିମ୍ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଟିମରେ ଡ଼ାକ୍ତର କ୍ଷେତ୍ର ମୋହନ କାଣ୍ଡ, ଡାକ୍ତର ଦେବବ୍ରତ ମହାପାତ୍ର, ସୁଧାଂଶୁ ଶେଖର ସାମନ୍ତ ପ୍ରମୁଖ ରହିଥିଲେ। ତାଙ୍କ ସହ ଜିଲ୍ଲାରୁ ରୀତା ନାଏକ (ଆସିଷ୍ଟାଣ୍ଟ ମେନେଜର କ୍ୟୁଏମ) ପ୍ରମୁଖ ପରିଦର୍ଶନରେ ଆସିଥିଲେ। ଏହି ଟିମ୍ ସ୍ବାସ୍ଥ୍ୟ କେନ୍ଦ୍ରର ଆନୁସଙ୍ଗିକ ସୁବ୍ୟବସ୍ଥା ସହ ସ୍ବଚ୍ଛତା, ପରିବେଷ ପରିଚ୍ଛନ୍ନତା, ପିଇବା ପାଣି, ଔଷଧ ଭଣ୍ଡାର, ବର୍ଜ୍ୟବସ୍ତୁ ପରିଚାଳନା ବିଭାଗ, ଶବ ବ୍ୟବଚ୍ଛେଦ ଗୃହ, ପ୍ରସୂତି କକ୍ଷ, ଆୟୁଷ ବିଭାଗ ବ୍ୟତିତ ଡାକ୍ତରଖାନାର ବିଭିନ୍ନ ବିଭାଗକୁ ତଦାରଖ କରିଥିଲେ। ଏଥି ସହିତ ସ୍ବାସ୍ଥ୍ୟକେନ୍ଦ୍ରର ବିଭିନ୍ନ କାଗଜପତ୍ର ଯାଞ୍ଚ କରି ଡାକ୍ତର ମାନଙ୍କ ସହ ଆଲୋଚନା କରିବା ପରେ ଏହି ଟିମ୍ ଫେରିଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଇନଚାର୍ଜ ଡ଼ାକ୍ତର ତତ୍ତ୍ବଦର୍ଶି ଦାସ, ଡାକ୍ତର ଅଭିଷେକ ବେହେରା, ଡାକ୍ତର ଦେବେନ୍ଦ୍ର ମାଝୀ, ଡାକ୍ତର ମାନବେଶ ମହାପାତ୍ର, ଡାକ୍ତର ଉମାକାନ୍ତ ଶବର, ଡାକ୍ତର ଆଦିତ୍ୟ ସାହୁ, ଫାର୍ମାସିଷ୍ଟ ସୁଧୀର ଧଙ୍ଗଡ଼ାମାଝୀ, ବିପିଏମ୍ ସୁଜିତ ସିଂ କୁମାର, ପଏଚ୍ଇଓ ଶର୍ମିଲା ଛତ୍ରିଆ, ନର୍ସିଂ ଷ୍ଟାଫ୍ ଅଫିସର ଲଷ୍ମୀ ପ୍ରିୟା ବଲ, ନର୍ସିଙ୍ଗ ଷ୍ଟାଫ ଅଫିସର ହୋତାସିନୀ ଶା, ଆକାଉଣ୍ଟାଣ୍ଟ ସୁଜିତ କୁମାର ଡାକୁଆ, ବିଡ଼ିଏମ ଲୋକନାଥ ମିଶ୍ର, ଏସଟିଏସ ଆମୋଦ ଗୋଲାପ, ଭିବିଡ଼ିଏସ ଦୁଷ୍ମନ୍ତ ରାଉତ, ରୋହିତ ପାଣିଗ୍ରାହୀ, ରଶ୍ମି ରଞ୍ଜନ ଅଗସ୍ତି ପ୍ରମୁଖ କାୟାକଳ୍ପ ଟିମ୍ ସଦସ୍ୟ ମାନଙ୍କୁ ସ୍ବାଗତ୍ କରିବା ସହ ଡ଼ାକ୍ତରଖାନାକୁ ବୁଲି ଦେଖାଇ ଥିଲେ।
