କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ଅବକାରୀ ଥାନା ପକ୍ଷରୁ ଗୁରୁବାର ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଧର୍ମଗଡ଼ ଅବକାରୀ ଇନ୍ସପେକ୍ଟର ଅରୁଣ କୁମାର ଯୋଷୀଙ୍କ ନେତୃତ୍ୱରେ ମାଝୀଗୁଡା ଗ୍ରାମର ସନ୍ତୋଷ କୁମାର ଚୌଧୁରୀଙ୍କ ଦୋକାନରେ ଚଢ଼ାଉ କରି ୯ ଲିଟର ବିଦେଶୀ ମଦ (ବିୟର) ଜବତ କରାଯାଇଛି। ଏହି ଘଟଣାରେ ଅଭିଯୁକ୍ତ ସନ୍ତୋଷ କୁମାର ଚୌଧୁରୀ ଗିରଫ କରିଥିବା ବେଳେ ଆମପାଣି ଗ୍ରାମର ସାନୁ ମାଝୀଙ୍କ ଘରୁ ୧୪ ଲିଟର ହାତରନ୍ଧା ଦେଶୀ ମଦ ଜବତ ସହ ତାଙ୍କୁ ମଧ୍ୟ ଗିରଫ କରାଯାଇଛି। ଏଥିରେ ସନ୍ତୋଷ କୁମାର ଚୌଧରିଙ୍କୁ ଜାମିନ ମିଳିଥିବାବେଳେ ସାନୁ ମଝିଙ୍କୁ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଯାତକୁ ପଠେଇ ଦିଆଯାଇଛିl ଏହି ଚଢ଼ାଉରେ ଓଆସି ଗୁପ୍ତେଶ୍ୱର ପଟେଲ ସହିତ ଅବକାରୀ କର୍ମଚାରୀ ସହଯୋଗ କରିଥିଲେ।
