ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର (ମୁନ୍ନା ଦଳେଇ) : ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଚଳିତ ବର୍ଷ ଆର୍ଥିକ ସାକ୍ଷରତା ସପ୍ତାହ ଫେବୃଆରୀ ୦୯ ରୁ ୧୩ ତାରିଖ ପର୍ଯ୍ୟନ୍ତ କେୱାସି ସୁରକ୍ଷିତ ବ୍ୟାଙ୍କିଙ୍ଗ ଆଡକୁ ପ୍ରଥମ ପଦକ୍ଷେପ ବିଷୟ ବସ୍ତୁ ଉପରେ ପାଳନ କରାଯାଇଛି। ଏହି ସପ୍ତାହରେ ଭାରତୀୟ ରିଜର୍ଭ ବ୍ଯାଙ୍କ ପକ୍ଷରୁ ଓଡିଶାର ସମସ୍ତ ଜିଲ୍ଲାରେ ବିଭିନ୍ନ ଆର୍ଥିକ ସାକ୍ଷରତା ଶିବିର ଆୟୋଜନ କରା ଯାଉଅଛି । ଏହି ପରିପେକ୍ଷୀରେ ନବରଙ୍ଗପୁର ଜିଲ୍ଲାର ପ୍ରତେକ ବ୍ଲକରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଟୋ ତଥା ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରତେକ ଗ୍ରାମ ମାନଙ୍କରେ ବିଶେଷ କରି କେୱାସି ଉପରେ ସଚେତନତାର ବାର୍ତା ପ୍ରଦାନ କରାଯାଇଥିଲା। ଏହି ୫ ଦିନ ଧରି ଲିଡ଼ ବ୍ୟାଙ୍କ, ସମସ୍ତ ବ୍ୟାଙ୍କ ଏବଂ ଧାନ ଫାଉଣ୍ଡେସନ ସିଏଫଏଲ ପକ୍ଷରୁ ପ୍ରତିଦିନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଠାରେ ଆର୍ଥିକ ଯୋଜନା କିପରି ପ୍ରସ୍ତୁତି କରିବା ସହ,ସଞ୍ଚୟ, ନିବେଶ, ବୀମା, ସାଇବର ସିକୁରିଟି, ଡିଜିଟାଲ ବ୍ୟାଙ୍କିଙ୍ଗ,ବିଭିନ୍ନ ପ୍ରକାର ଠୋକେଇ, ଋଣ ସମ୍ବନ୍ଧରେ, ଏବଂ ବ୍ୟାଙ୍କ ରେ ଅଭିଯୋଗ ସମାଧାନର ବ୍ୟବସ୍ଥା, ମନି ମୂଲ, ପେନସନ ତଥା ବ୍ଯାଙ୍କ ଜମା ଖାତାରେ କେୱାସିର ଗୁରୁତ୍ୱ ଏବଂ ଆବଶ୍ୟକତା ଉପରେ ସଚେତନ କରାଇଥିଲେ। ମୁଖ୍ୟତଃ ଏହି କାର୍ଯ୍ୟକ୍ରମ ମୁଖ୍ୟ ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ ଗୋପାଳ କୃଷ୍ଣ ପଣ୍ଡା,ଏଫ.ଏଲ.ସି ତନ୍ମୟ ଦାସ, ବ୍ୟାଙ୍କ ଶାଖା ପରିଚାଳକ, ଧାନ ଫାଉଣ୍ଡେସନ ର ସି ଏଫ ଏଲ କୋଡ଼ିନେଟର,ଆସୋସିଏଟ ଙ୍କ ମିଳିତ ପ୍ରୟାସରେ ସଫଳ ଭାବରେ ଅନୁଷ୍ଠିତ ହୋଇଥିଲା। ଶେଷ ଦିନରେ ଆର ବି ଆଇ ଏଲ.ଡି.ଓ ଜସନ ସୋରେନ ଜିଲ୍ଲାରେ ଅନୁଷ୍ଠିତ ହୋଇଥିବା ଦୁଇଟି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ଯେଉଁ ଥିରେ ୨୦୦ ରୁ ଉର୍ଦ୍ଧ ହିତାଧିକାରୀ ଉପସ୍ଥିତ ରହିଥିଲେ।
