ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : ଜୟପାଟଣା ଏନଏସି ନିର୍ବାଚନ ପାଇଁ ୱାର୍ଡ ବିଭାଜନ ଓ ଆସନ ସଂରକ୍ଷଣ ଘୋଷଣା ହୋଇଛି। ୧୦ ଦିନ ଆପତ୍ତି ଅଭିଯୋଗ ସମୟ ରହିଛି। ସର୍ବମୋଟ ୧୫ ୱାର୍ଡ ଗଠନ ହୋଇଛି। ଏଥିରେ କାଉନସିଲର ପଦ ପାଇଁ ୱାର୍ଡ ନମ୍ବର ୧୧ ଓ ୧୫ ଅନୁସୂଚିତ ଜନଜାତି(ମହିଳା) ପାଇଁ ଦୁଇଟି, ୱାର୍ଡ ନମ୍ବର-୪ ଅନୁସୂଚିତ ଜନଜାତି ପାଇଁ ଗୋଟିଏ, ୱାର୍ଡ ନମ୍ବର -୨ ଅନୁସୂଚିତ ଜାତି (ମହିଳା) ପାଇଁ ଗୋଟିଏ,ୱାର୍ଡ ନମ୍ବର-୫ ଅନୁସୂଚିତ ଜାତି ପାଇଁ ଗୋଟିଏ ଓ ଅନ୍ୟ ମହିଳାଙ୍କ ପାଇଁ ୱାର୍ଡ ନମ୍ବର-୧,୬,୭,୧୨ ଓ ୧୩ ପାଞ୍ଚଟି ଆସନ ସଂରକ୍ଷିତ ରହିଛି। ଅନ୍ୟ ୱାର୍ଡ ୩,୮,୯,୧୦ ଓ ୧୪ ପାଞ୍ଚଗୋଟି ୱାର୍ଡ ଅଣସଂରକ୍ଷିତ ଆସନ ରହିଛି। ତେବେ ଏବେଠାରୁ ଆରମ୍ଭ ହେଲାଣି ରାଜନୈତିକ ଉଷ୍ମତା।ବିଜେଡି, ବିଜେପି ଓ କଂଗ୍ରେସ କାହା କାହାକୁ ନିଜର ଦଳୀୟ ଟିକେଟ ଦେଉଛି ତା ଉପରେ ସମସ୍ତ ଙ୍କ ନଜର ରହିଛି। ତେବେ ଏଥିପାଇଁ ଅନେକ ଆଶାୟୀ ଲବିରେ ଥିବାବେଳେ ରାଜଧାନୀ ରୁ ରାଜନୀତି ଗୋଟି ଚାଳନା ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଜୟପାଟଣା ହେଉଛି ବ୍ଲକ ହେଡକ୍ୱାଟର କିନ୍ତୁ ଦୀର୍ଘ ବର୍ଷ ହେଲା ଜୟପାଟଣା ଅଦକ୍ଷଟିଏ ପାଇନାହିଁ। ତେବେ କିଏ ଜୟପାଟଣା ଲୋକଙ୍କ ମନ ମୋହୁଛି ତାହା ଆଗାମୀ ଦିନରେ କିଏ ଏନଏ ସି ସିଂହାସନ ଅକ୍ତିଆର କରୁଛି ତାହା ହିଁ ଦେଖିବାକୁ ବାକି ରହିଲା।
