କୋକସରା/କ୍ରାନ୍ତିକ୍ଷେତ୍ର : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୁଲ୍ୟରେ ଦିବ୍ୟାଙ୍ଗଜନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ସେମାନଙ୍କୁ ପ୍ରମାଣ ପତ୍ର ଓ ଅନ୍ୟାନ୍ୟ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଶିବିରମାନ ଆୟୋଜନ କରାଯାଉଛି। ଏହି କ୍ରମରେ କୋକସରା ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ବ୍ଲକ ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ସୁନ୍ଦର ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଡ଼. ଆଦିତ୍ୟ ସାହୁ ମୁଖ୍ୟବକ୍ତା, ବ୍ଲକ ଜିପିଡ଼ିଓ ମିଳୁ ପ୍ରଧାନୀ, ହିସାବ ରକ୍ଷକ ଅଧିକାରୀ ଦିଲ୍ଲୀପ ଶବର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଦିବ୍ୟାଙ୍ଗ ମାନଙ୍କ ପାଇଁ ରହିଥିବା ବିଭିନ୍ନ ଯୋଜନା ବିଷୟରେ ପରାମର୍ଶ ସହ ଉକ୍ତ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଲାଭ ଉଠାଇବାକୁ କହିଥିଲେ। ଶିବିର କୁ ବ୍ଲକର ୨୨ ଗୋଟି ପଞ୍ଚାୟତ ରୁ ଆସିଥିବା ଭିନ୍ନକ୍ଷମ ମହିଳା, ପୁରୁଷ ଯୁବକ, ଯୁବତୀ ଶିଶୁ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଡାକ୍ତରଙ୍କ ପରାମର୍ଶ ପରେ ତାଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯାଇ। ଭିନ୍ନକ୍ଷମ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଅସ୍ଥିସଲ୍ୟ ବିଶେଷଜ୍ଞ ଡ଼.ପ୍ରମାତେଶ କଶ୍ୟପ ପଣ୍ଡା, ମାନସିକ ରୋଗୀ ବିଶେଷଜ୍ଞ ଡ଼. ଚେତୁରାମ ମେହେର, ଇଏନଟି ବିଶେଷଜ୍ଞ ଡ଼. ପ୍ରଦ୍ୟୁମ୍ନ କୁମାର ପଣ୍ଡା, ଅଫଥାରମୋଲୋଜିଷ୍ଟ ଡ଼. ସୃତି ସ୍ମୃତିଲେଖା ସାହୁ, ଫିଜିଓଥେରାଫିଷ୍ଟ ଡ଼.ସମ୍ବିତ ପଣ୍ଡା, ଟେଲି ମେଡ଼ିସିନ ନିବେଦିତା ସାହୁ, ପି.ଏସ.ଡବ୍ଲୁ ଅନ୍ୟାତ ମହମ୍ମଦ, ଆରାଧନା ବେହୁରା, ଏମ.ଆଇ ନିବେଶ ଚନ୍ଦ୍ର ସାହୁ, ପି.ଏ ଲକ୍ଷ୍ୟପତି ପୁଝାରି, ଡିଇଓ ଆଶୁତୋଷ ପ୍ରଧାନ ପ୍ରମୁଖ ଭିନ୍ନକ୍ଷମ ଶିବିର ରେ ଆସିଥିବା ରୋଗୀ ଙ୍କ ପରୀକ୍ଷା ସହ ଚିକିତ୍ସା କରିଥିଲେ। ଶିବିରରେ ମୋଟ ୨୨୨ ପଞ୍ଜିକରଣ ହୋଇଥିବାବେଳେ ୪୫ ଜଣ ଭିନ୍ନକ୍ଷମଙ୍କୁ ପ୍ରମାଣପତ୍ର, ୫ ଜଣ ଙ୍କୁ ଟ୍ରାଇ ସାଇକେଲ ଓ ୩ ଜଣ ହିତାଧିକାରୀ ଙ୍କୁ ହ୍ବିଲ ଚେୟାର, ଜଣେ ମହିଳା ଙ୍କୁ ଆଶାବାଡ଼ି ପ୍ରଦାନ କରାଯାଇଛି। ଏଥି ମଧ୍ୟରୁ ଶହେ ଜଣ ଭତ୍ତା ନିମନ୍ତେ ଆବେଦନ କରିଛନ୍ତି। କାର୍ଯ୍ୟକ୍ରମକୁ ପିଇଓ ବିରଞ୍ଚି ଖର୍ସେଲ ସଂଯୋଜନା କରିଥିବାବେଳେ ପିଇଓ, ଏଡିଓ ଓ ବ୍ଳକର ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ।
