କରଡ଼ା ଘାଟି ରେ ଦୁର୍ଘଟଣା : ୫୦ ଫୁଟ୍ ଗାତ କୁ ଖସିଲା ଟ୍ରକ୍

ବାଲିଗୁଡ଼ା/କ୍ରାନ୍ତିକ୍ଷତ୍ର : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ରାଇକିଆ ବ୍ଳକ୍ ର କରଡ଼ା ଘାଟି ଠାରେ ନିୟନ୍ତ୍ରଣ ହରାଇ ଏକ ମହୁଲ ବୋଝେଇ ଟ୍ରକ୍ ଘାଟିର ୫୦ ଫୁଟ ଘାଟି ତଳକୁ ଖସି ଯିବା ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଟ୍ରକ୍ ଟି ବଲାଙ୍ଗୀର ରୁ ମହୁଲ ନେଇ କରଡ଼ା ଅଭିମୁଖେ ଯାଉଥିଲା। ଖବର ପାଇ ରାଇକିଆ ଅଗ୍ନିଶମ ବିଭାଗ ଗୁରୁତର ଡ୍ରାଇଭର ଙ୍କୁ ଉଦ୍ଧାର କରିବା ସହ ମେଡିକାଲ ରେ ଭର୍ତ୍ତି କରିଥିଲେ। ଦୁର୍ଘଟଣାର ପ୍ରକୃତ କାରଣ ଜଣା ପଡ଼ି ନଥିଲେ ମଧ୍ୟ ଗାର୍ଡ ୱାଲ୍ ନଥିବାରୁ ଅନେକ ସମୟରେ ଏହି ସ୍ଥାନରେ ଦୁର୍ଘଟଣା ମାନ ଘଟୁଥିବା ନଜିର ରହିଛି। ଗଞ୍ଜାମ ଓ ଗଜପତି ଜିଲ୍ଲା କୁ ସଂଯୋଗ କରୁଥିବା ଏହି କରଡ଼ା ଘାଟି ରାସ୍ତା କୁ ମରା ମତି କରିବା ପାଇଁ ଅଞ୍ଚଳ ବାସି ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *