ବାଲିଗୁଡ଼ା/କ୍ରାନ୍ତିକ୍ଷତ୍ର : ସାମାନ୍ୟ ବଚସାରୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାରଖମା ଫାଣ୍ଡି ଅନ୍ତର୍ଗତ ଗାଟିଙ୍ଗିଆ ଗାଁରେ। ସୂଚନା ମୁତାବକ ଅଳ୍ପ ମାନସିକ ବିକାର ଜଣେ ଯୁବକ ଜପ ମଲିକ (ବୟସ ୪୫) ଓ ଡକିଲା ମଲିକ (ବୟସ ୪୨) ମଧ୍ୟରେ କିଛି କଥା କୁ ନେଇ ସାମାନ୍ୟ ବଚସା ହୋଇଥିଲା। ମାନସିକ ରୋଗୀ ଜପ ମଲିକ ହଠାତ୍ ରାଗି ଯାଇ ଡକିଲା ମଲିକ ଙ୍କୁ ଟାଙ୍ଗିଆରେ ଗଡ଼େଇ ଗଡ଼େଇ ହାଣିଥିବା ଅଭିଯୋଗ କରିଛନ୍ତି ପରିବାର ଓ ଅଞ୍ଚଳବାସୀ। ପରିବାର ଓ ସ୍ଥାନୀୟ ଲୋକେ ଗୁରୁତର ଡକିଲା ମଲ୍ଲିକଙ୍କୁ ସଙ୍ଗେ ସଙ୍ଗେ ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ କୁ ନେଇଯାଇ ଚିକିତ୍ସା ପରେ ଡକିଲା ମଲିକଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରୁଥିଲେ। କିନ୍ତୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଡକିଲା ମଲିକଙ୍କୁ ମୃତ ଘୋଷଣା କରିଥିଲେ। ଏପଟେ ବାଲିଗୁଡ଼ା ଥାନା ପୋଲିସ୍ ଅଭିଯୁକ୍ତ ଜପ ମଲିକଙ୍କୁ ଥାନାରେ ଅଟକ ରଖି କିଭଳି ପରିସ୍ଥିତିରେ ଏପରି ଘଟଣା ଘଟିଛି ସେ ନେଇ ଅଧିକ ତଦନ୍ତ କରୁଥିବାବେଳେ ଡକିଲା ମଲ୍ଲିକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବାଲିଗୁଡ଼ା ଥାନା ଅଧିକାରୀ ସୂଚନା ଦେଇଛନ୍ତି।
