ଶ୍ରୀ ରାମକୃଷ୍ଣ ପରମହଂସଙ୍କ ୧୯୧ ତମ ଜୟନ୍ତୀ ପାଳିତ

ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ.ରାମପୁର ସ୍ଥିତ ଶ୍ରୀ ରାମକୃଷ୍ଣ ଆଶ୍ରମ ପରିସରରେ ଅନ୍ତେବାସୀ ଙ୍କ ଦ୍ଵାରା କଳାହାଣ୍ଡି ଜିଲ୍ଲା ବୀରବାଦ୍ଯ ଘୁମୁରା ନୃତ୍ୟ ପରିବେଷଣ ପରେ ସ୍ବାମୀ ଅଶୋକା ନନ୍ଦଜୀ ମହାରାଜଙ୍କ ଅଧ୍ୟକ୍ଷତାରେ ଶ୍ରୀ ରାମକୃଷ୍ଣ ପରମହଂସ ଙ୍କ ୧୯୧ ତମ ଜୟନ୍ତୀରେ ଆଧ୍ୟାତ୍ମିକ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ  ସତାବଲ୍ଲଭ ମହାପାତ୍ର ସଭାପତି ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ଯାସୀ ମଣ୍ଡଳ ଭୂବନେଶ୍ବର, ମୁଖ୍ୟ ବକ୍ତା ଭାବେ ଡ଼ଃ ଆରତୀ କର, ଅନ୍ୟତମ ବକ୍ତା ରାମ ନାରାୟଣ ମିଶ୍ର, ସମ୍ମାନିତ ଅତିଥି ଭାବେ ବିରଜା ପ୍ରସାଦ ସତପଥି, କୈଳାସ ଚନ୍ଦ୍ର ରଥ, ଭାଷ୍ୟମ ମୁରଲିଧର, ସୁନିଲ କୁମାର ମହାପାତ୍ର, ଅନ୍ନପୂର୍ଣ୍ଣା ମିଶ୍ର, ରାଜଶ୍ରୀ ମହାପାତ୍ର, ନିବାସ ମହାପାତ୍ର ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ଯାସୀ ମଣ୍ଡଳ ଭୂବନେଶ୍ବର କର୍ମ କର୍ତ୍ତା ଗଣ, ସ୍ବାମୀ ଧିରେଶା ନନ୍ଦ ସ୍ବାମୀ ବିରେଶା ନନ୍ଦ, ସ୍ବାମୀ ଶୁକଦେବାନନ୍ଦ, ସ୍ବାମୀ ଦିନଦୟାଲ ପୁରୀ ଅଧ୍ୟକ୍ଷ ସନ୍ଯାସ ଆଶ୍ରମ, ରେଣୁକା ଜୀ ହିମାଚଳ ପ୍ରଦେଶ ପ୍ରମୁଖ ଅଂଶ ଗ୍ରହଣ କରି ଶ୍ରୀ ରାମକୃଷ୍ଣ ପରମହଂସଙ୍କ ଜୀବନୀ ଓ ବାଣୀ ଉପରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଆଶ୍ରମ ର ପ୍ରାଚୀର ପତ୍ରିକା ‘ଶିଖା’ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଅନ୍ନଦା ପଟ୍ଟନାୟକ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ବଟକିଶୋର ପ୍ରଧାନ ସଭାର ଉପସ୍ଥାପନ କରି ଥିଲେ। ଉମାକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *