ସରସ୍ବତୀ ଶିଶୁମନ୍ଦିରର ବାର୍ଷିକ ଉତ୍ସବ ପାଳନ 

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଂଚାୟତ ସ୍ଥିତ ସରସ୍ବତୀ ଶିଶୁମନ୍ଦିରର ବାର୍ଷିକ ଉତ୍ସବ ପାଳନ ହୋଇଛି।  ମୁଖ୍ୟଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ତ୍ରିନାଥ ପଟନାୟକ, ମୁଖ୍ୟବକ୍ତା ପାପଡାହାଣ୍ଡି ରାଜସ୍ୱ ନିରୀକ୍ଷକ ଗଙ୍ଗାଧର ମହାଙ୍କୁଡ, ସ୍କୁଲ ପରିଚାଳନା କମିଟି ସଭାପତି ଭରତ ନିଆଁଲ, ସମ୍ପାଦକ ହରିଶଙ୍କର ସାହୁ, ସୁଭାଷ ମାଣ୍ଡୋଇ ପ୍ରମୁଖ ଯୋଗ ଦେଇ ଦୀପ ପ୍ରଜ୍ବଳନ, ଉଦଘାଟନ କରିବା ସହ ନିଜ ନିଜ ମତ ପ୍ରକାଶ କରିଥିଲେ। ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ହରିଜନ ବାର୍ଷିକ ବିବରଣୀ ପଠନ କରିଥିଲେ। ପ୍ରଥମ ରୁ ଅଷ୍ଟମ ଶ୍ରେଣୀର ବିଭିନ୍ନ ପ୍ରତିଯୋଗିତାରେ କୃତ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାଂସ୍କୃତିକ, ସାମାଜିକ ନାଟକ ପରିବେଷଣ କରାଯାଇ ବନ୍ଦେ ମାତରଂ ଗାନ ପରେ ବାର୍ଷିକ ଉତ୍ସବ ଶେଷ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ଗୁରୁଜୀ, ଗୁରୁମା ଓ କର୍ମଚାରୀ ମାନେ ସାହାଯ୍ୟ ସହଯୋଗ କରିଥିଲେ।