ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୦୨ ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳନ

ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ପଣ୍ଡକୁଲ ଗ୍ରାମଠାରେ ମେହେର (ଭୁଲିଆ) ୟୁଥ୍ କମିଟି ପକ୍ଷରୁ ସ୍ବର୍ଗତ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୦୨ ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା। ଉତ୍ସବରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସ୍ଥାନୀୟ ସରପଞ୍ଚ ମଦନ ପଟେଲ, କାର୍ଯ୍ୟନିର୍ବାହ ଅଧିକାରୀ ବିଶ୍ବରଂଜନ ପଣ୍ଡା, ଭିଏଡବ୍ଲୁ ଅଜିତ ସାହୁ, ଭାଗ୍ୟବାନ ବାଗ, ଶିକ୍ଷାବିତ୍ ଘାସିରାମ ସେନାପତି, ପଣ୍ଡକୁଳ ମେହେର ସମାଜ ସଭାପତି ପ୍ରଦ୍ୟୁମ୍ନ ମେହେର, ରଘୁମଣୀ ମେହେର, ଅଖିଳ ଚନ୍ଦ୍ର ମେହେର, ଶ୍ରିଯୁକ୍ତ ବିଘ୍ନରାଜ ମେହେର, ଗଜାନନ ମେହେର, ପ୍ରସନ୍ନ ମେହେର, ରଘୁମଣି ମେହେର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ସର୍ବ ପ୍ରଥମେ ସ୍ବର୍ଗତ ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ଦୀପ ଜଳାଇ ମାଲ୍ୟାର୍ପଣ କରାଯାଇଥିଲା। ଉପସ୍ଥିତ ଅତିଥି ମାନେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ସମାଜ ଓ ଓଡ଼ିଆ ମାନଙ୍କ ପାଇଁ ଯେଉଁ ବଳିଦାନ, ସହାନୁଭୂତି ତାଙ୍କ ଗୁଣ, ଗରିମା, ଜୀବନୀ ଗାଥା ଉପରେ ଉଦବୋଧନ ଦେଇ ବର୍ତ୍ତମାନର ଯୁବଗୋଷ୍ଠୀ ମାନଙ୍କୁ ଉତ୍ସାହ କରିଥିଲେ। ବୁଣାକାର ଏବଂ କଳାକାର ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଶେଷରେ ମିତ ପାଇଁ ଗଛ ଟିଏ ଲଗାଇବା ଅଭିଯାନ କରି ଭୁଲିଆ ସମାଜର ପକ୍ଷରୁ ବୃକ୍ଷ ରୋପଣ କରିବା ସହ ଗଛ ବଞ୍ଚାଇବା ପାଇଁ ଶପଥ ଗ୍ରହଣ କରିଥିଲେ। ମୂଖ୍ୟବକ୍ତା ଆନନ୍ଦ ମେହେର (ସାମାଜିକ କର୍ମ କର୍ତ୍ତା) ଦୁଷ୍ମନ୍ତ ମେହେର ମଞ୍ଚ ପରିଚାଳନା କରିଥିବାବେଳେ ପ୍ରଦ୍ୟୁମ୍ନ ମେହେର ସଭା ସାଙ୍ଗ କରିଥିଲେ ଏବଂ ଗ୍ରାମର ଯୁବ ଗୋଷ୍ଠୀ ସହଯୋଗ କରିଥିଲେ।