ବ୍ରିଜ ଉପରୁ ଅଜଣା ବୃଦ୍ଧଙ୍କ ମୃତ ଦେହ ଠାବ ; ପୋଲିସ ତଦନ୍ତ ଜାରି

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଟେଙ୍ଗନାବାହିଲି ରୁ ଯୁଗସାଇପାଟଣା ମଝିରେ ଥିବା ବ୍ରିଜ ଉପରେ ଜଣେ ଅଚିନ୍ହା ବୃଦ୍ଧଙ୍କ ମୃତ ଦେହ ପଡ଼ିରହିଛି। ବୃଦ୍ଧଙ୍କ ବୟସ ହରାହରୀ (୬୦) ବର୍ଷ ହେବ। ନିକଟରେ ଏକ ସାଇକେଲ ଓ ଚପଲ ରହିଛି। ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଶବ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ତଦନ୍ତ ଜାରି ରଖିଛନ୍ତି। ମୃତ ବୃଦ୍ଧଙ୍କ ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ।

Leave a Reply

Your email address will not be published. Required fields are marked *