ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ ରାମପୁର ବ୍ଲକ ସଭାଗୃହରେ ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ପରିଷଦ ସଭ୍ଯା (୨) ମଞ୍ଜୁଲତା ଧରୁଆ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ କୁମାର ପ୍ରଧାନ, ଅତିରିକ୍ତ ତହସିଲଦାର ଶମ୍ଭୁ ଭୂଷଣ ନାଏକ, କଳାହାଣ୍ଡି ସାଂସଦ ପ୍ରତିନିଧି ପଦ୍ମଲୋଚନ ମିଶ୍ର, ନର୍ଲା ନିର୍ବାଚନ ମଣ୍ଡଳୀ ବିଧାୟୀକା ପ୍ରତିନିଧି ଭବାନୀ ଶଙ୍କର ସାହୁ, ସହକାରୀ ଯନ୍ତ୍ରୀ ବଳଵିନ୍ଦର ସିଂ ଯାଦବ, ଯୋଗ ଦେଇଥିଲେ। ବ୍ଲକ ଅଧିନସ୍ଥ ଥିବା ସମସ୍ତ ପଞ୍ଚାୟତ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କ୍ରମ ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ରାଜ୍ୟ ସରପଞ୍ଚ ସଂଘ ସଭାପତି ତଥା ବମକ ପଞ୍ଚାୟତ ସରପଞ୍ଚ ରୋମାଞ୍ଚ ସାହୁ, ଦେଡସୁଲି ପଞ୍ଚାୟତ ସମିତି ସଭ୍ୟ ଯାଜ୍ଞସେନ ପଣ୍ଡା, ମୋହନ ଗିରି ସମିତି ସଭ୍ଯ ଗୋକୁଳାନନ୍ଦ ବିଶ୍ବାଳ, ମ, ରାମପୁର ସରପଞ୍ଚ ବିଣାପାଣି ସାହୁ, ଜଙ୍ଗଲ ବିଭାଗ,, ପୋଲିସ ବିଭାଗ, ଶିକ୍ଷା ବିଭାଗ, ସ୍ବାସ୍ଥ୍ୟ ବିଭାଗ, ବିଦ୍ୟୁତ ବିଭାଗ, ପଞ୍ଚାୟତ ନିର୍ବାହୀ ଅଧିକାରୀ ହେମାନନ୍ଦ ନାଏକ, ଉଗ୍ରସେନ ଗୈାଡ,ବିଜୟ କୁମାର ସାମଲ, ସମସ୍ତ ଅଧିକାରୀ ମାନେ ଯୋଗ ଦେଇଥିଲେ। ବ୍ଲକ ର ସମସ୍ତ ପଞ୍ଚାୟତ ରାସ୍ତା ଘାଟ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋଚନା ଶାନ୍ତି ଶୃଙ୍ଖଳାରେ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀଣୀ ଅଭିଲାଷା ସିଂହଦେଓ ପରିଚାଳନା କରିଥିଲେ।
