ପଣା ସଂକ୍ରାନ୍ତି ଉପଲକ୍ଷେ ଅଷ୍ଟ ପ୍ରହରୀ ନାମଯଜ୍ଞ

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପାତ୍ରୀ ଅନ୍ତର୍ଗତ ଭେଜା ହନୁମାନ ମନ୍ଦିର ପ୍ରାଙ୍ଗଣରେ ପଣାସଂକ୍ରାନ୍ତି ଉପଲକ୍ଷେ ଅଷ୍ଟପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଥିଲା । ଅଷ୍ଟପ୍ରହରୀ ନାମଯଜ୍ଞ ପାଇଁ ସୋମବାର ଦିନୁ ଭବ୍ୟ କଲସ ଯାତ୍ର ସହ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ  ଯଜ୍ଞ ମଣ୍ଡପ ନିକଟରୁ ମହିଳା ଏକ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ବନ୍ଧରେ ପହଞ୍ଚିଥିଲେ। ସେଠାରେ ପୂଜାର୍ଚ୍ଚନାପରେ ଯଜ୍ଞ ପୂଜକ ସମେତ ମହିଳାମାନେ ଜଳପୂର୍ଣ୍ଣ କଳସ ଧାରଣ କରି ନଗର ପରିକ୍ରମା କରି ଯଜ୍ଞ ମଣ୍ଡପରେ ପହଞ୍ଚିଥିଲେ। ଏହାପରେ ଯଜ୍ଞ ମଣ୍ଡପରେ କଳସ ଜଳ ସ୍ଥାପନ କରାଯାଇଥିଲା। ମଙ୍ଗଳବାର ସକାଳୁ ନାମ ସଂକୀର୍ତନ ଆରମ୍ଭ ହୋଇ ବୁଧବାର ପୂର୍ଣ୍ଣାହୂତି ହେବ। ଏହି ଅଷ୍ଟ ପ୍ରହର ନାମଯଜ୍ଞରେ ବିଭିନ୍ନ ସ୍ଥାନରୁ ସଂକୀର୍ତ୍ତନ ଦଳ ଆସିବା ସହ ଝିଅ ମାନଙ୍କ ସଙ୍କୀର୍ତ୍ତନର ବେଶ୍ ଝଲକ ଦେଖିବାକୁ ମିଳିଥିଲା। ମୁଖ୍ୟ ପୂଜକ ପଞ୍ଚାନନ ସାହୁ ପୌରହିତ୍ୟରେ ପୂଜାର୍ଚ୍ଚନା କରାଯାଇଥିଲା । ଏଥିରେ କର୍ତ୍ତା ଭାବେ ସୁବୁଦ୍ଧି ପରିବାର ପରିଚାଳନା କରିଥିଲେ। ଗାଁର ସୁବୁଦ୍ଧି ପରିବାରର ଆୟୋଜନରେ ପ୍ରତି ବର୍ଷ ପଣା ସଂକ୍ରାନ୍ତି ଦିନ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଥାଏ। ପଣା ସଂକ୍ରାନ୍ତି ପାଇଁ ଅନେକ ଶ୍ରଦ୍ଧାଳୁ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *