ରାୟଗଡ଼ା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ମହାନ ସମ୍ବିଧାନ ନିର୍ମାତା ଡ଼. ବି.ଆର. ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ରାୟଗଡ଼ା ଜିଲ୍ଲାରେ ଉତ୍ସାହ ଓ ଶ୍ରଦ୍ଧାର ସହ ପାଳନ କରାଯାଇଛି। ଏହି ଅବସରରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ସ୍ଥାନୀୟ ଆମ୍ବେଦକରଙ୍କ ମୂର୍ତ୍ତି ପାଖରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା। ସଂଗଠନର ସଦସ୍ୟମାନେ ସମବେତ ହୋଇ ଡ଼. ବି.ଆର. ଆମ୍ବେଦକରଙ୍କ ମୂର୍ତ୍ତିକୁ ଫୁଲମାଳା ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହା ସହିତ “ଜୟ ଆମ୍ବେଦକର” ଓ “ଜୟ ଶ୍ରୀରାମ” ନାରାରେ ପରିବେଶ ଉତ୍ସାହିତ ହୋଇଉଠିଥିଲା।ବଜରଙ୍ଗ ଦଳ ଜିଲ୍ଲା ସହ ସଂଯଯୋକ ଶସ୍ୟଜ୍ୟୋତି ବେହେରା , ଡ଼ଃ ଆମ୍ବେଦକରଙ୍କ ଆଦର୍ଶ ଓ ଚିନ୍ତାଧାରାକୁ ଆଜିର ସମାଜ ପାଇଁ ପ୍ରେରଣାଦାୟକ ବୋଲି କହିଥିଲେ। ସେମାନେ ତାଙ୍କର ସଂବିଧାନିକ ମୂଲ୍ୟବୋଧ ଦେଶର ଏକତା ଓ ସମାନତାକୁ ସୁଦୃଢ କରିଥିବା ଉଲ୍ଲେଖ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶ୍ୱହିନ୍ଦୁ ପରିଷଧର ଜିଲ୍ଲା ସମ୍ପାଦକ କୁନା ରମେଶ, ସହ ସମ୍ପାଦକ ଗୋପୀ ବ୍ରହ୍ମା, ସେବା ପ୍ରମୁଖ ଅଶୋକ ଶତପତି, ଜିଲ୍ଲା ସହ ସଂଯୋଜକ ଶସ୍ୟ ଜ୍ୟୋତି ବେହେରା, ନଗର ସଂଯୋଜକ ଶଙ୍କର ବେହେରା, ନଗର ସହ ସଂଯୋଜକ ବି. ରାଜେଶ ସହ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
