ପଶ୍ଚିମବଙ୍ଗରେ ସୋସିଆଲ ୱେଲଫେୟାର ଅର୍ଗାନେଯେସନ୍, କଳାହାଣ୍ଡି ପରିବାର ସମ୍ବର୍ଦ୍ଧିତ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର : କଲିକତା ରାଜ୍ୟର ଅଗ୍ରଣୀ ଅନୁଷ୍ଠାନ ପାର୍ବତୀ ଚାରିଟେବୁଲ ଟ୍ରଷ୍ଟ ର ତୃତୀୟ ବାର୍ଷିକ ଉତ୍ସବ ତଥା ଡଃ ଭିମରାଓ ଆମ୍ବେଦକରଙ୍କ ୧୩୫ ତମ ଜନ୍ମ ଜୟନ୍ତୀ ଅବସରରେ ଦେଶର ପ୍ରତ୍ୟେକ ରାଜ୍ୟର ଅଗ୍ରଣୀ ସ୍ବେଛାସେବୀ ସଂଗଠନକୁ ଉତ୍ସାହିତ କରିବା ସହିତ ସମ୍ପନ୍ଧୟ ସୃଷ୍ଟି କରିବା ଉଦ୍ଦେଶ୍ୟରେ ମାନପ‌ତ୍ର ଓ ଉତ୍ତରୀୟ ପ୍ରଦାନପୂର୍ବକ ସମ୍ୱର୍ଦ୍ଧନା କରାଯାଇଛି। କଳାହାଣ୍ଡି ଜିଲ୍ଲା ତଥା ରାଜ୍ୟରେ ରକ୍ତଦାନ, ବୃକ୍ଷରୋପଣ, ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ଶବସତ୍କାର, ଶୁଦ୍ଧିକ୍ରିୟା ସହାୟତା, କମ୍ବଳ ବଣ୍ଟନ, ବସ୍ତୁ ବଣ୍ଟନ, ଶିକ୍ଷା ସଚେତନତା ପାଇଁ ଶିକ୍ଷା ଉପକରଣ ବଣ୍ଟନ ଭଳି ବିଭିନ୍ନ ସମାଜସେବା କାର୍ଯ୍ୟ କରି ଚର୍ଚ୍ଚାରେ ଥ‌ିବା ଅଗ୍ରଣୀ ସ୍ଵଚ୍ଛାସେବୀ ସଂଗଠନ ସୋସିଆଲ ୱେଲଫେୟାର୍ ଅର୍ଗାନାଇଯେସନ୍, କଳାହାଣ୍ଡି ପରିବାର କୁ ଉପସ୍ଥିତ ଥ‌ିବା ମାନ୍ୟଗଣ୍ୟ ଅତିଥିଙ୍କ ଦ୍ବାରା ମାନପତ୍ର ଓ ଉପଢୌକନ ଦେଇ “ଭାରତ ସେବା” ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଗଠନ ପକ୍ଷରୁ ପ୍ରତିଷ୍ଠାତା ଉମାକାନ୍ତି ସୁନାନୀ, ସମ୍ପାଦକ ରିଙ୍କୁ ମଙ୍ଗରାଜ, କୋଷାଧ୍ୟକ୍ଷ ରମେଶ ସାଗର, କୋକସରା ବ୍ଲକ ଟିମ୍ ର ସଭାପତି ଆକାଶ ରଣା ପ୍ରମୁଖ ଉପସ୍ଥିତ ହୋଇ ସମ୍ବର୍ଦ୍ଧିତ ହେବା ସହିତ ଉପସ୍ଥିତ ଥିବା ଭାରତର ବିଭିନ୍ନ ପ୍ରମୁଖ ସାମାଜିକ କର୍ମୀଙ୍କ ସହିତ ସମ୍ପନ୍ଧୟ ବୃଦ୍ଧି ପାଇଁ ଚେଷ୍ଟା କରିଥିଲେ। ସର୍ବଶେଷରେ ସଂଗଠନକୁ ନିମନ୍ତ୍ରିତ କରିଥିବା ପାର୍ବତୀ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ରେ ସୋସିଆଲ ୱେଲଫେୟାର୍ ଅର୍ଗାନାଇଯେସନ୍, କଳାହାଣ୍ଡି ପରିବାର ଭଳି ଅନୁଷ୍ଠାନ ଥ‌ିବାରୁ କଳାହାଣ୍ଡି ଜିଲ୍ଲା ବାସୀ ଗର୍ବିତ ଅନୁଭବ କରିବା ସହିତ ଶୁଭେଚ୍ଛା, ପ୍ରଶଂସା ର ସୁଅ ଛୁଟିଛି।

Leave a Reply

Your email address will not be published. Required fields are marked *