ମହାବିଷୁବ ସଂକ୍ରାନ୍ତିରେ ପଣା ବାଣ୍ଟିଲେ ବିଜେପି କର୍ମୀ

ଝରିଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗୌଡ) :  ମହାବିଷୁବ ସଂକ୍ରାନ୍ତି ଠାରୁ ଓଡ଼ିଆ ନବବର୍ଷର ଶୁଭାରମ୍ଭ ହୋଇଥିବବେଳେ ପ୍ରାୟତଃ ଓଡ଼ିଆ ସଂସ୍କୃତିର ଏହି ମହାନ ପର୍ବକୁ ପଲ୍ଲୀ ଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ଦ୍ଵାରା ଭକ୍ତ ଉଲ୍ଲାସର ସହ ପାଳନ କରିଥାଆନ୍ତି। ପବିତ୍ର ମହାବିଷୁବ ପଣାସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ ଅବସରରେ ବିଜେପିର ନେତା ସୁଜନ ଭକ୍ତଙ୍କ ଆହ୍ୱାନରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଧୋଡ୍ରା ମୁଖ୍ୟ ଛକ ଠାରେ ବିଜେପି କର୍ମୀଙ୍କ ପକ୍ଷରୁ ପଣା ବଣ୍ଟନ କରାଯାଇଥିଲା। ଝରିଗାଁ ବିଧାୟକ ନରସିଂହ ଭତ୍ରା ପ୍ରଥମେ ଲୋକମାନଙ୍କୁ ଦହି ପଣା ବଣ୍ଟନ କରି ସ୍ବାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଧୋଡ୍ରା ପଞ୍ଚାୟତ ସଭାପତି ସୁବାଷ ପନକା, ସନ୍ଦିପ ମିର୍ଧା, ଯର୍ତୀମୟୀ ରାୟ , ରାଜେଶ ଗୁପ୍ତା ,ସୁନ୍ଦର ଦାସ, ଅକ୍ଳେଶ ଗୁପ୍ତା , ଦୁର୍ଯୋ ପନକା, ସଦା ପୂଜାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ଦିନ ୧୦ ଘଣ୍ଟିକା ଠାରୁ ଆରମ୍ଭ କରାଯାଇ ୩ ଘଣ୍ଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *