କଲମପୁର ପ୍ରେସ ପ୍ରୀମିଅର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ; ୨ୟ ଦିବସରେ କଲମପୁର ଏବଂ ହାରାମାଲ ବିଜୟୀ

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ମୀନଗୁର ଖେଳ ପଡିଆ ଠାରେ କଲମପୁର ପ୍ରେସ କ୍ଲବ ପକ୍ଷରୁ ଆୟୋଜିତ କଲମପୁର ପ୍ରେସ ପ୍ରିମିୟମ ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୨ୟ ଦିବସ ଖେଳ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟ ମ୍ୟାଚ କଲମପୁର ଗ୍ରାମ ପଞ୍ଚାୟତ ଦଳ ଏବଂ କୋଟାଗାଁ ଗ୍ରାମ ପଞ୍ଚାୟତ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ମ୍ୟାଚରେ କଲମପୁର ବ୍ଲକ ଗୋଷ୍ଠ ଉନ୍ନୟନ ଅଧିକାରୀ ବିଜୟ କୁମାର ମାଣ୍ଡାଙ୍ଗି ମୁଖ୍ୟ ଅତିଥି, କନିଷ୍ଠ ଯନ୍ତ୍ରୀ ପିତାମ୍ବର ହେମ୍ରମ, କୋଟାଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ଚନ୍ଦନ ପଣ୍ଡା, ମଣ୍ଡଳ ପେକ୍ସ ସଭାପତି ମହେନ୍ଦ୍ର ଯୋଷି, ନୂଆଁ ଗାଁ ପଞ୍ଚାୟତ ସରପଞ୍ଚ ସୁଶାନ୍ତ ମାଝୀ, ସମିତିସଭ୍ୟ ବବୃବାହାନ ପୁଝାରୀ, ସଞ୍ଜୀବ ଠାକୁର ପ୍ରମୁଖ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉଛାହିତ କରିଥିଲେ। ପ୍ରଥମେ କଲମପୁର ଗ୍ରାମ ପଞ୍ଚାୟତ ଦଳ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୦ ଓଭରରେ ୩ ୱିକେଟ ବିନିମୟରେ ୧୪୧ରନ ସଂଗ୍ରହ କରିଥିଲେ। ଜବାବରେ କୋଟାଗାଁ ଗ୍ରାମ ପଞ୍ଚାୟତ ଖେଳାଳି ଦଳ ୧୦ ଓଭରରେ ୯ ୱିକେଟ ବିନିମୟରେ ୧୦୨ରନ କରି ପରାଜୟ ବରଣ କରିଥିଲେ। ପ୍ରଥମ ପର୍ଯ୍ୟାୟ ମ୍ୟାଚର ମ୍ୟାନ ଅଫ ଦି ମ୍ୟାଚ ଟୁନା ପଟ୍ଟନାୟକ ପାଇଥିବା ବେଳେ ବବୃ ରଣା ଏବଂ କୁବେର ନାଗ ଖେଳ ପରିଚାଳନା କରିଥିଲେ, ଶାଶ୍ଵତ ପଣ୍ଡା ଖେଳର ଧାରାବିବରଣି ପ୍ରଦାନ କରିଥିଲେ। ପ୍ରଣୟ ସେଠି ସ୍କ୍ରୋର୍ ବୋର୍ଡର ଦାୟିତ୍ଵ ନିର୍ବାହ କରିଥିଲେ। ସେହିପରି ଦ୍ବିତୀୟ ପର୍ଯ୍ୟାୟ ଖେଳ ମୀନଗୁର ଗ୍ରାମ ପଞ୍ଚାୟତ ଏବଂ ହାରାମାଲ ଗ୍ରାମ ପଞ୍ଚାୟତ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମୀନଗୁର ଦଳ ପ୍ରଥମେ ଟସ ଯିତି ବ୍ୟାଟିଂର ନିଷ୍ପତି ନେଁଇ ୧୦ଓଭର ବିନିମୟରେ ୧୩୦ରନ କରିଥିଲେ, ଜବାବରେ ହାରାମାଲ ଖେଳାଳି ଦଳ ୧୦ଓଭର ସୁଦ୍ଧା ୧୩୧ ରନ କରି ବିଜୟୀ ହୋଇଥିଲେ । ଦ୍ଵିତୀୟ ପର୍ଯ୍ୟାୟ ମ୍ୟାଚରେ ବଡ଼କୁଟ୍ରୁ ଗ୍ରାମ ପଞ୍ଚାୟତ ସରପଞ୍ଚ ଗଣେଶ ପଣ୍ଡା ମୁଖ୍ୟ ଅତିଥି , ମହମ୍ମଦ ଘୋରି, ଦୀପକ ସାହୁ, ଚକ୍ରଧର ନାଏକ ପ୍ରମୁଖ ସମ୍ମାନୀୟ ଅତିଥି ଭାବରେ ଯୋଗଦେଇ ଥିଲେ। ମହମ୍ମଦ ଇଲାହୀ ଏବଂ କେଶବ ସୁନାନୀ ପରିଚାଳନା କରିଥିଲେ । ଖେଲ ପରିଚାଳନା କମିଟି ତଥା ପ୍ରେସ କ୍ଲବ ପ୍ରମୁଖ ସମ୍ପୂର୍ଣ ସହଯୋଗ କରୁଛନ୍ତି।

Leave a Reply

Your email address will not be published. Required fields are marked *