ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଚଞ୍ଚରାପଡାର ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ

ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ଜୟପାଟଣା ବ୍ଲକ ଚଞ୍ଚରାପଡା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଖୁସିର ଲହରି ଖେଳିଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚଳିତ ବର୍ଷ ଶତପ୍ରତିଶତ ସଫଳତା ହାସଲ କରିବା ସହ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ବିଦ୍ୟାଳୟର ସାକ୍ଷମ ଜୋଶୀ ୯୭.୮ ପ୍ରତିଶତ ନମ୍ବର ରଖି ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ସେ ଗଣିତ ଏବଂ ଆଇଟି ବିଷୟରେ ୧୦୦ ରୁ ୧୦୦ ନମ୍ବର ରଖି ସମସ୍ତଙ୍କୁ ଚକିତ କରିଛନ୍ତି। ସେହିପରି ଯଥାର୍ଥ ମୁଣ୍ଡ ୯୫.୬% (ଆଇଟି-୧୦୦) ଦ୍ଵିତୀୟ ସ୍ଥାନ, ଜାହ୍ନବୀ ଅଗ୍ରୱାଲ ୯୪.୮% (ଆଇଟି-୧୦୦), ପ୍ରତ୍ୟାଶା ଖମାରୀ ୯୩.୮%, କରିସ୍ମା ଭାଟି ୯୩.୬% (ଆଇଟି-୧୦୦), ନନ୍ଦିନୀ ଝାଙ୍କର୯୦.୬% ସଫଳତା ହାସଲ କରିଛନ୍ତି। ଏହା ସହିତ ଆଦ୍ୟାଶା ମିଶ୍ର ମଧ୍ୟ ଆଇଟି ବିଷୟରେ ୧୦୦ ନମ୍ବର ରଖି ବିଦ୍ୟାଳୟର ନାମ ରଖିଛନ୍ତି।ବିଦ୍ୟାଳୟର ମୋଟ ୬ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ନମ୍ବର ରଖିଥିବା ବେଳେ ୧୯ ଜଣ ଛାତ୍ରଛାତ୍ରୀ ୮୦ ପ୍ରତିଶତରୁ ଅଧିକ ନମ୍ବର ରଖି ସଫଳ ହୋଇଛନ୍ତି।

Leave a Reply

Your email address will not be published. Required fields are marked *