କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ସଦର ମହକୁମା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ କୋକସରା ତାଳୁକା ଆଇନ ସେବା ସମିତି ପକ୍ଷରୁ ମହିଳାଙ୍କ ଯୌନ ଉତ୍ପୀଡିନ ନିବାରଣ ଏବଂ ପ୍ରତିକାର ଆଇନ ବିଷୟରେ ସଚେତନତା ସଭା ଆୟୋଜିତ ହୋଇଯାଇଛିl ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଭବାନୀ ଶଙ୍କର ବେହେରାଙ୍କ ସଂଯୋଜନାରେ ଆୟୋଜିତ ସଭାରେ ତାଳୁକ ଆଇନ ସେବା କମିଟିର ଅଧକ୍ଷା ଲିପ୍ସା ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କୋକସରା ବାର ଆସୋସିଏସନ୍ ତରଫରୁ ରସିକ ରାଜ ଦୁର୍ଗା, ପ୍ରିୟ ରଞ୍ଜନ ବେହେରା, ମନୋଜ ନାଏକ, ଲଷ୍ମୀଧର ଖମାରି, ଲକ୍ଷ୍ମୀ ଧର ମେହେର ଏବଂ ଜଗା ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଏହି କାର୍ଯ୍ୟକ୍ରମକୁ ସଭିଲ କୋର୍ଟର ଉପ ପ୍ରଶାସକ କେଶବ ଚନ୍ଦ୍ର ରାଉତ ପରିଚାଳନା କରିଥିଲେ।
