ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ ତମ ତିରୋଧାନ ଦିବସ ପାଳିତ

ବୀରମହାରାଜପୁର/କ୍ରାନ୍ତିକ୍ଷେତ୍ର (ପ୍ରଦିପ ପଧାନ) : ବୀରମହାରାଜପୁର ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ ତମ ତିରୋଧାନ ଦିବସ ପାଳିତ ହୋଇ ଯାଇଛି। ସକାଳୁ ସମସ୍ତ ବିଜୁ ପ୍ରେମି ସ୍ଥାନୀୟ ବସ୍ ଷ୍ଟାଣ୍ଡ ରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତ୍ତିମୁର୍ତି ରେ ମାଲ୍ୟାର୍ପଣ କରିଥିଲେ। ଏହି କ୍ରମରେ ସ୍ଥାନୀୟ ଡାକ୍ତରଖାନା ଯାଇ ରୋଗୀ ମାନଙ୍କୁ ଫଳ ବଣ୍ଟନ କରଥିଲେ। ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ସୁରୁ ନାରାୟଣ ମହାକୁର, ସତ୍ୟଞ୍ଜିବ ମିଶ୍ର, ଧିରେନ୍ ପଣ୍ଡା, ନିରୋଦ ପାଣ୍ଡେ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।