ଡ଼. ଶିବରାମ ନାୟକଙ୍କୁ କଳାହାଣ୍ଡି ପ୍ରତିଭା ସମ୍ମାନ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର : ବିଭିନ୍ନ ସାମାଜିକ ଉନ୍ନତିମୂଳକ ସଚେତନତା କାର୍ଯ୍ୟକ୍ରମ ସହ ଶିକ୍ଷାମୂଳକ ପ୍ରଚେଷ୍ଟାରେ ଅହରହ ସକ୍ରିୟ ଭୂମିକା ନିଭାଇ ଏବଂ ଦେଶର ଅନୁନ୍ନତ ଅଞ୍ଚଳରେ ଉନ୍ନତମାନର ଶିକ୍ଷା ବ୍ୟବସ୍ଥା ଗଢ଼ି ତୋଳିବାରେ ବିଶେଷ ଅବଦାନ ପାଇଁ ଭବାନୀପାଟଣା ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଓ ପ୍ରତିଷ୍ଠାତା ଡ଼. ଶିବରାମ ନାୟକଙ୍କୁ “କଳାହାଣ୍ଡି ପ୍ରତିଭା ସମ୍ମାନ–୨୦୨୬” ରେ ସମ୍ମାନିତ କରାଯାଇଛି। ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପରେ ଉତ୍କଳ ବିକାଶ ପରିଷଦ ଦ୍ୱାରା ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ପରିଷଦର ମହାସଚିବ ଅନିଲ କୁମାର ଦଳାଇ ସଭାପରିଚାଳନା କରିଥିବା ବେଳେ ଅଧ୍ୟକ୍ଷ ନଟବର ଖୁଣ୍ଟିଆ ଅଧ୍ୟକ୍ଷତା କରିଥିଲେ ଏବଂ ଋଷି ଗୁମାନସିଂହ ଧନ୍ୟବାଦ ଜ୍ଞାପନ କରିଥିଲେ। ସମ୍ମାନ ପାଇବା ପରେ ଡ଼. ନାୟକ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ଏହି ସମ୍ମାନ ସମଗ୍ର କଳାହାଣ୍ଡିବାସୀଙ୍କୁ ସମର୍ପିତ ଓ ଆଗାମୀ ଦିନରେ ଶିକ୍ଷା କ୍ଷେତ୍ରରେ ଆହୁରି ନିଷ୍ଠାର ସହ କାମ କରିବାକୁ ଏହା ତାଙ୍କୁ ପ୍ରେରିତ କରିବ।

Leave a Reply

Your email address will not be published. Required fields are marked *