ଆରମ୍ଭ ହେଲା ଅସୁରଗଡ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ

ନର୍ଲା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡିର ଐତିହ୍ୟ ସଂପନ୍ନ ଗ୍ରାମ ଅସୁରଗଡ଼ରେ ଆରମ୍ଭ ହୋଇଛି ନବଦିନ ବ୍ୟାପି ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ। ଅପ୍ରେଲ ୧୯ ରବିବାର ଦିନ ଦୀକ୍ଷା ଗ୍ରହଣ, ସଂସ୍କାର ଓ ଅଙ୍କୁରାରୋପଣ ଓ ସଂଧ୍ୟାରେ ଦେବାଦେବୀଙ୍କ ମୁର୍ତ୍ତି, ଅସ୍ତ୍ର ଶସ୍ତ୍ରାଦିକୁ ଧାନ୍ୟାଧିବାସ କରାଯାଇଥିଲା। ପ୍ରତିଷ୍ଠା ଉତ୍ସବ ପରିଚାଳନା କମିଟିର ସଭାପତି ଘନଶ୍ୟାମ ପଧାନ ଓ ସମ୍ପାଦକ ତୁଷାର ସାହୁଙ୍କ ନେତୃତ୍ୱରେ ଅପ୍ରେଲ ୨୦ ସୋମବାର ଦିନ ସ୍ଥାନୀୟ ସାନ୍ଦୁଲ ନଦୀରୁ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। କଳସ ଯଜ୍ଞ ମଣ୍ଡପରେ ସ୍ଥାପନା ପରେ ଅଧିବାସ ଓ ମଣ୍ଡଳକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯଜ୍ଞ କର୍ତ୍ତା ଭାବରେ ହାରାମଣି ପଧାନ ଓ ଘନଶ୍ୟାମ ପଧାନ, ଜଗନ୍ନାଥ ଗଉଡ ଓ ଯଶୋବନ୍ତୀ ଗଉଡ, ବୈଦ୍ୟନାଥ ପାଢୀ ଓ ପୁଷ୍ପାଞ୍ଜଳୀ ମହାହୂତି, ମିନାକ୍ଷୀ ନାଏକ ଓ ତୁମେଶ୍ୱର ନାଏକ ଏବଂ ପୀତାମ୍ବର ଗଉଡ ଓ ଧରିତ୍ରୀ ଗଉଡ ଏଭଳି ୫ ଯୋଡି ଦମ୍ପତି ଦାଇତ୍ୱ ନିର୍ବାହନ କରୁଛନ୍ତି। ସେହିଭଳି ବ୍ରହ୍ମା ପୁରୋହିତ ଭାବରେ ଗଞ୍ଜାମ ଜିଲ୍ଲା ଛତ୍ରପୁରର ସାମନ୍ତରାୟପୁର ଶାସନର ପଣ୍ଡିତ ମନୋଜ କୁମାର ପାଢୀ, ସହଯୋଗୀ ପଣ୍ଡିତ ଭାବରେ ଶେଷଦେବ ପାଢୀ, ଆଶିଷ କୁମାର ଷଢଙ୍ଗୀ, ବନୌଜ ଶତପଥି, ସୌମ୍ୟରଞ୍ଜନ ଶତପଥି, କଳ୍ପତରୁ ପାଢୀ, ସଙ୍ଗମ ଦାସ, ସୁବ୍ରତ ମିଶ୍ର ଓ ସମ୍ବିତ ରଥ ପ୍ରମୁଖ ଦାଇତ୍ୱରେ ରହି ପୂଜା ପରିଚାଳନା କରୁଥିବା ଜଣାପଡିଛି। ଯଜ୍ଞ ମଣ୍ଡପ ସହଯୋଗୀ ଭାବରେ ଗୋବିନ୍ଦ ଗଉଡ, ନିର୍ମଳ ଗଉଡ, ନରୋତ୍ତମ ଗଉଡ, ଅମର୍ତ୍ତ୍ୟ ଗଉଡ ଜଗଦିଶ ଗଉଡ, ବାରିକ ଗଉଡ, ନାବିକ ଗଉଡ, ତ୍ରୀଲୋଚନ ପଧାନ ପ୍ରମୁଖ ଯଜ୍ଞ ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ୯ ଦିନ ଧରି ଚାଲିବାପରେ ଅପ୍ରେଲ ୨୭ ତାରିଖ ପୂର୍ଣ୍ଣାହୂତି ସହ ସମାପନ ହେବ। ସୀତାପତି ସାଂସ୍କୃତିକ ଅନୁଷ୍ଠାନ ଓ ଅସୁରଗଡ଼ ଗ୍ରାମବାସୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି।

Leave a Reply

Your email address will not be published. Required fields are marked *