ଲାଞ୍ଜିଗଡ/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଲାଞ୍ଜିଗଡ ରୋଡ଼ ପଞ୍ଚାୟତ ଅଫିସ ସାମ୍ନାରେ ପାଣି ଗରା ଯାକ ରଖି ଧାରଣାରେ ବସିଲେ କାକଭଟ୍ଟା ଗ୍ରାମବାସୀ। ସୂଚନା ଅନୁଯାଇ ଆଜକୁ ପ୍ରାୟ ପାଞ୍ଚ ଦିନ ହେଲା କାକଭଟ୍ଟା ଗ୍ରାମବାସୀ ପାଣି ପାଇଁ ହନ୍ତସନ୍ତ ହେଉ ଥିବାବେଳେ ଲାଞ୍ଜିଗଡ ରୋଡ଼ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟାନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ସତ୍ୱେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ନ ନେଇ ଥିବାରୁ ଗାଁ ର ମହିଳା ମାନେ ସମସ୍ତେ ଆସି ପଞ୍ଚାୟତ କାର୍ଯ୍ୟାଳୟରେ ଧାରଣା ଦେଇଥିଲେ। ଗୋଟିଏ ବୋଲି ବସୁଧା ଜଳ ଯୋଗାଣ ପାଣି ଟାଙ୍କି ଥିବା ସତ୍ୱେ ଲାଞ୍ଜିଗଡ ରୋଡ଼ ପଞ୍ଚାୟତ ତଥା ଆଖପାଖ ଲୋକ ଙ୍କୁ ପାଣି ପାଇଁ ବହୁତ ଅସୁବିଧା ହେଉ ଥିବା ନେଇ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏ ନେଇ ପଞ୍ଚାୟତ ଅଧିକାରୀ ମାନଙ୍କଠୁ କିଛି ପ୍ରତିକ୍ରିୟା ମିଳି ପାରି ନାହିଁ।

