ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : ସ୍ଥାନୀୟ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ରାଜୀବ ଗାନ୍ଧୀଙ୍କ ୩୬ ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ସାଧାରଣ ସମ୍ପାଦକ ସୁଦର୍ଶନ ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତିରୋଧାନ ଦିବସରେ ଉପସ୍ଥିତ କଂଗ୍ରେସ ନେତା ମାନେ ସ୍ଵର୍ଗତ ରାଜୀବ ଗାନ୍ଧୀଙ୍କ ଫଟୋ ରେ ପୁଷ୍ପମାଲ୍ଯ ଦେଇ ତାଙ୍କ ସ୍ମୃତି ଚାରଣ କରିଥିଲେ। ପୂର୍ବତନ ବିଧାୟକ ଭାରତ ଭୂଷଣ ବେମାଲ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଜୟଦେବ ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ନୀମାଞ୍ଚଳ ନାୟକ, ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ ସମ୍ପାଦକ ସରୋଜ ବାଗ, ସିଦ୍ଧାର୍ଥ ନାୟକ, ଇନ୍ଦ୍ରଜିତ୍ ମହାକୁଡ଼, ବାବା ଖାନ, କୁମୁଦ ପଟ୍ଟନାୟକ, ରୁଦ୍ରନାରାୟଣ ସିଂ, ମିଡିଆ ସେଲ ସଂଯୋଜକ ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

