କେସିଙ୍ଗା ପୋଷ୍ଟ ମାଷ୍ଟରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଡାକ ଘରର ମୁଖ୍ୟ ପୋଷ୍ଟ ମାଷ୍ଟର ଝସକେତନ ତ୍ରିପାଠୀଙ୍କୁ ପୋଷ୍ଟ ଅଫିସ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏଠାରେ ପ୍ରକାଶ ଥାଉକି ଶ୍ରୀତ୍ରିପାଠୀ ୨୦୨୩ ମସିହାରେ କେସିଙ୍ଗା ପୋଷ୍ଟ ଅଫିସରେ ମୁଖ୍ୟ ପୋଷ୍ଟ ମାଷ୍ଟର ଭାବରେ ଯୋଗଦାନ କରି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଥିଲେ। ନିଜ ଅଫିସ ର ସହଯୋଗୀ, ଡାକଘର ଉପଭୋକ୍ତା, ଅଭିକର୍ତ୍ତା ଙ୍କ ସହିତ ତାଙ୍କ ଉତ୍ତମ ସମ୍ପର୍କ ଓ ପୋଷ୍ଟ ଅଫିସରେ ଉପଭୋକ୍ତା ଙ୍କ ଯେତେ ବଡ଼ ସମସ୍ୟା ହେଲେ ମଧ୍ୟ ତାହାର ସମାଧାନ କରି ସମସ୍ତ ଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ।ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଅନ୍ୟ ମାନଙ୍କ ମଧ୍ୟରେ କ୍ଷୀରସିନ୍ଧୁ ଦୋରା, ସୁନିଲ ରଣା, ପ୍ରଣବ କୁମାର ରାଉତ, ଦେବଦତ୍ତ ପଟେଲ, ରବି ପଟ୍ଟନାୟକ, ଦେବ ନାଏକ, ସୁଶାନ୍ତ ନାଗ ଓ ଅନ୍ୟାନ୍ୟ ଡାକଘର ସହଯୋଗୀ ଓ ଅଭିକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *