ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବା ନିମନ୍ତେ ଦାବିପତ୍ର

ଆଠମଲ୍ଲିକ/କ୍ରାନ୍ତିକ୍ଷେତ୍ର (ଜ୍ୟୋତି ପ୍ରକାଶ ମିଶ୍ର) : ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଲୁଣହାଣ୍ଡି ପଞ୍ଚାୟତ ଲୁଣହାଣ୍ଡି ଗ୍ରାମ ର ଗରୀବ ମହିଳା ଆରତୀ ଗୁରୁ ପ୍ରଧାନମନ୍ତ୍ରୀଆବାସ ଯୋଜନା ରେ ଗୃହ ପାଇବା ପାଇଁ ବିଡ଼ିଓ ଙ୍କ ଅନୁପସ୍ଥିତି ରେ ଏବିଡ଼ିଓ ପଞ୍ଚାନନ ବେହେରାଙ୍କ ନିକଟରେ ଦାବିପତ୍ର ଦେଇଥିବା ଜଣା ପଡିଛି। ଦାବିପତ୍ରରେ ଲିଖିତ ଦାବୀ ଅନୁଯାଇ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ରେ ପୂର୍ବରୁ ଦାବୀ ଜଣେଇ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସୁଫଳ ପାଇ ପାରି ନାହାନ୍ତି। ସୂଚନା ଥାଉ କି  ଗୁରୁଙ୍କ ବାସ ଗୃହ ବିପଦ ସଂକୁଳ ଅବସ୍ଥା ରେ ରହିଥିବା ବେଳେ ବର୍ଷା ଦିନରେ ପାଣି ଗଳୁ ଥିବାରୁ ଚଳିବା କଷ୍ଟକର ହୋଇ ପଡୁଛି। ଦାବିପତ୍ର ଦେଇଥିବା ଶ୍ରୀମତୀଗୁରୁ ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ ବ୍ଲକ ପ୍ରଶାସନ ଟାଳ ଟୁଳ ନୀତି ଅବଲମ୍ବନ କରି କାହିଁକି ତାଙ୍କୁ ଗୃହ ଦିଆ ଯାଉ ନାହିଁ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଶାସନ ତରଫରୁ ଦାବୀ କୁ ଗୁରୁତ୍ୱ ଦେଇ ଆବାସ ଯୋଜନା ରେ ଗୃହ ଯୋଗାଇ ଦେବାକୁ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *