ଆଠମଲ୍ଲିକ/କ୍ରାନ୍ତିକ୍ଷେତ୍ର (ଜ୍ୟୋତି ପ୍ରକାଶ ମିଶ୍ର) : ଉପଖଣ୍ଡ ପ୍ରଶାସନ ତରଫରୁ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ସଭା ଗୃହ ପରିସରରେ ଆଗାମୀ ରଥଯାତ୍ରା ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ଉପେନ୍ଦ୍ର ଲୁହାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକ ରେ ରଥଯାତ୍ରା କୁ କିପରି ସରସ ସୁନ୍ଦର ଓ ଶୃଙ୍ଖଳିତ କରାଯାଇ ପାରିବ ତାହାରି ଉପରେ ଆଲୋଚନା ହୋଇଥିଲା। ଏହି ଆଲୋଚନା ବୈଠକ ରେ ଅତିରିକ୍ତ ଆଇଆଇସି ବିକାଶ କୁମାର ସାମଲ, ସୂଚନା ଓ ଲୋଳ ସମ୍ପର୍କ ଅଧିକାରୀ ଜ୍ୟୋତିରଞ୍ଜନ ବାଗ, ଆସିଷ୍ଟାଣ୍ଟ ଷ୍ଟେସନ ଅଫିସର ପ୍ରଶାନ୍ତ କୁମାର ସାମଲ, ଜନସ୍ୱାସ୍ଥ୍ୟ ବିଭାଗ (ଗ୍ରାମୀଣ) ପ୍ରଲ୍ହାଦ ନାଥ, ପହଣ୍ଡିଆ କମିଟି ନବକିଶୋର ତ୍ରିପାଠୀ, ପହଣ୍ଡିଆ କମିଟି ର ସଭ୍ୟ ଦୀପକ ମିଶ୍ର, ରାଜେଶ ମିଶ୍ର, ସାରଥୀ ଭୁବନ ମୋହନ ତ୍ରିପାଠୀ, ଚିତ୍ତ ରଞ୍ଜନ ତ୍ରିପାଠୀ, ପୂଜକ ପ୍ରଫୁଲ୍ଲ ପାଣିଗ୍ରାହୀ, ଚିତ୍ତରଞ୍ଜନ ପାଣିଗ୍ରାହୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ଏହି ବୈଠକ ରେ ଅନେକ ଉପଖଣ୍ଡ ସ୍ତରୀୟ ଅଧିକାରୀ ଅନୁପସ୍ଥିତ ରହି ଥିବାରୁ ଚାପା ଅସନ୍ତୋଷ ସୃଷ୍ଟି ହୋଇଥିଲା । ଯାଫଳ ରେ ବିଭିନ୍ନ ବିଭାଗ ର କାର୍ଯ୍ୟକ୍ରମ ଉପରେ ଜଣା ପଡ଼ି ନଥିଲା।

