ଚାଇଲ୍ଡ ଲାଇନ ଓ ପୋଲିସ ସହାୟତାରେ ନା ବାଳିକା ଛାତ୍ରୀଙ୍କୁ ଉଦ୍ଧାର 

କ. ନୂଆଗାଁ/କ୍ରାନ୍ତିକ୍ଷତ୍ର (ସାମୁଏଲ ପ୍ରଧାନ) : କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ସାରଙ୍ଗଡ଼ ଥାନା ଅଞ୍ଚଳରୁ ମେଧାବି ନା ବାଳିକା ଛାତ୍ରୀକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ପୋଲିସ ଓ ଫୁଲବାଣୀ ଚାଇଲ୍ଡ ଲାଇନ ଟିମ। ସୂଚନା ପ୍ରକାରେ ଫିରିଙ୍ଗିଆ ଅଞ୍ଚଳର ନା ବାଳିକା ଝିଅ କୁ ପରିବାର ଲୋକେ ବୟସ୍କ ଲୋକଙ୍କୁ ବିବାହ କରିବା ପାଇଁ ଜିଦ ଧରିଥିଲେ। ଏହା ଫଳରେ ନା ବାଳିକା ଜଣଙ୍କ ପରିବାର ଲୋକଙ୍କୁ ନ ଜଣାଇ ସାରଙ୍ଗଡ଼ ଅଞ୍ଚଳରେ ରହୁଥୁବା ସମ୍ପକିୟଙ୍କ ଘର କୁ ଚାଲି ଆସିଥିଲେ। ସମ୍ପର୍କୀୟ ମାଉସୀ ନିଜ ପୁଅ ସହ ନା ବାଳିକାକୁ ବିବାହ କରିବା ପାଇଁ କହିଥିଲେ। ନା ବାଳିକା ନିଜକୁ ଅସୁରକ୍ଷିତ ମନେ କରି ସହାୟତା ନିମନ୍ତେ ଫୁଲବାଣୀ ଚାଇଲ୍ଡ ହେଲ୍ପଲାଇନ କୁ ଫୋନ କରି ସମସ୍ତ ଅଭିଯୋଗ ଜଣାଇ ଥିଲେ। ଏହା ପରେ ଚାଇଲ୍ଡ ହେଲ୍ପଲାଇନ ଟିମ ସଂଯୋଜକ କ୍ଷୀରୋଦ ପ୍ରସାଦ ନାୟକ, ସୁପରଭାଇଜର ସଦସ୍ୟ ଶିବ ଶଙ୍କର ବେହେରା ସାରଙ୍ଗଡ଼ ଥାନା ଅଧିକାରୀ ସ୍ମିତା ଜେନାଙ୍କ ସହଯୋଗରେ ସାରଙ୍ଗଡ଼ ଅଞ୍ଚଳରୁ ନା ବାଳିକାକୁ ଉଦ୍ଧାର କରି ୱାନ ଷ୍ଟଫ୍ ସସେଣ୍ଟର ଠାରେ ଅସ୍ଥାୟୀ ଭାବେ ଥଇଥାନ କରାଯାଇଛି। ଏହା ପରେ ଫିଲବାଣୀ ସିଡବ୍ଲୁସିକୁ ହସ୍ତାନ୍ତର କରାଯିବ ବୋଲି ଚାଇଲ୍ଡ ହେଲ୍ପଲାଇନ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *