ବାଲିଗୁଡ଼ା/କ୍ରାନ୍ତିକ୍ଷେତ୍ର (ସାମୁଏଲ ପ୍ରଧାନ) : ସପ୍ତଶଯ୍ୟା ମହୋତ୍ସବ ଓଡ଼ିଶାର ଏକ ପ୍ରସିଦ୍ଧ ଧାର୍ମିକ ଓ ସାଂସ୍କୃତିକ ଉତ୍ସବ। ଏହା ଢେଙ୍କାନାଳ ଜିଲ୍ଲାର ଐତିହାସିକ ଓ ପବିତ୍ର ସପ୍ତଶଯ୍ୟା ପୀଠରେ ପାଳିତ ହୋଇଥାଏ। ଏହି ମହୋତ୍ସବ କୁ ଦିବ୍ୟାଂସୀ ଡାନ୍ସ ଏକାଡେମୀ ତରଫରୁ ଭୁବନେଶ୍ୱର ସ୍ଥିତ ରବିନ୍ଦ୍ର ମଣ୍ଡପରେ ବହୁ ଆଡମ୍ବର ସହ ପାଳନ କରାଯାଇଥିଲା। ମହୋତ୍ସବର ବିଶେଷତା ଓଡ଼ିଶୀ, ଲୋକନୃତ୍ୟ,ସାଂସ୍କୃତିକ ଐଶ୍ୱର୍ଯ୍ୟକୁ ଏକାଠି ପ୍ରଦର୍ଶନ କରୁଥିବା ଏକ ଅନନ୍ୟ ଉତ୍ସବ ଭାବେ ପରିଚିତ। ଏହି ମହୋତ୍ସବ ରେ ଓଡିଶାର ଅନେକ ସାଂସ୍କୃତିକ ଅନୁଷ୍ଠାନ ଯୋଗ ଦେଇଥିଲେ। ଏଥିରେ ନୃତ୍ୟ ଶ୍ରୀ ଡ୍ୟାନ୍ସ ଏକାଡେମୀ ବାଲିଗୁଡା, କନ୍ଧମାଳର ଗୁରୁ କେଦାରନାଥ ନାୟକଙ୍କ ଦ୍ୱାରା ଓଡିଶୀ ଶିକ୍ଷା ନେଇଥିବା ଛାତ୍ରୀ ବୃନ୍ଦଆଂଶି ସଭ୍ରାଂଶି ପାତ୍ର, ଜ୍ୟୋତିର୍ମୟୀ ପାଢ଼ୀ, ଅଙ୍କିତା ନାୟକ ଶୁଭଶ୍ରୀ ପଣ୍ଡା, ସୁରଞ୍ଜନା ବାରିକ, ସୋମନା ସୋନାକ୍ଷୀ ପଣ୍ଡା, ସୋନମ ପଣ୍ଡା, ସାଇ ସ୍ନିଗ୍ଧା ପ୍ରଧାନ ଏବଂ ଶିଷ୍ୟା ଅନ୍ଵେଷା ଚୌଧୁରୀ ଉଭୟ ଏକଜ ଏବଂ ଡାଲଗତ ନୃତ୍ୟ ଦ୍ୱାର ଉଚ୍ଚକୋଟିର ନୃତ୍ୟ ପ୍ରଦର୍ଶନ କରି ସମସ୍ତ ମାନ୍ୟଗଣ୍ୟ ଶାସ୍ତ୍ରୀୟ ଗୁରୁ ମାନଙ୍କ ପ୍ରଶଂସା ସାଉଁଟିବା ସହ ପୁରସ୍କାର ମଧ୍ୟ ଅର୍ଜନ କରିଥିଲେ। ସେହି ଛତ୍ରୀ ମନଙ୍କୁ ସୁଦୂର ବାଲିଗୁଡା, କନ୍ଧମାଳ ରୁ ନେଇ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପ ପର୍ଯ୍ୟନ୍ତ ପହଂଚେଇ ଥିବା ଗୁରୁ ଶ୍ରୀ କେଦାରନାଥ ନାୟକ ଙ୍କୁ ମଧ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ଓଡିଶା ପ୍ରସିଦ୍ଧ ଗୁରୁ ମିନାକ୍ଷୀ ବେହେରା, ଗୁରୁ ଅଶୋକ ଘୋସାଲ, ଗୁରୁ ସୁକାନ୍ତ କୁଣ୍ଡୁ, ଗୁରୁ ଅନିରୋଧ ଦାସ, ଗୁରୁ ଶ୍ରୀକାନ୍ତ ଦାସ ପ୍ରମୁଖ ଯୋଗଦେଥିଲେ।

