ଆଠମଲ୍ଲିକ/କ୍ରାନ୍ତିକ୍ଷେତ୍ର : ଆଠମଲ୍ଲିକ ଅଞ୍ଚଳର ଗର୍ବ ଓ ଗୌରବ କୁହା ଯାଉଥିବା ପର୍ଯ୍ୟଟନ କେନ୍ଦ୍ର ତଥା ମହାନ ଶୈବ ପୀଠ ଦେଉଳଝରୀ ରେ ସରକାରଙ୍କ ତରଫରୁ ନିର୍ମିତ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ କିଛିଦିନ ଅଚଳ ହୋଇ ପଡ଼ିଥିବା ବେଳେ ଏବେ ସାଧା ପାଣି ବାହାରୁଥିବା ବେଳେ ଥଣ୍ଡା ପାଣି ବାହାରୁ ନଥିବା ଅଭିଯୋଗ ହେଉଛି। ବର୍ତମାନ ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଥିବାରୁ ଥଣ୍ଡା ପାଣି ର ଆବଶ୍ୟକତା ଥିବା ବେଳେ ଦେଉଳ ଝରୀ କୁ ଆସୁଥିବା ଦର୍ଶନାର୍ଥୀ ମାନେ ଥଣ୍ଡା ପାନୀୟ ଜଳ ନପାଇ ଅସୁବିଧା ର ସମୁଖୀନ ହେଉଛନ୍ତି। ଏ ବାବଦ ରେ ପୂଜକ କମିଟି ସମ୍ପାଦକ ଭବାନୀ ଶଙ୍କର ବଡ଼ମାଳୀ, ପୂଜକ ହରିଶ୍ଚନ୍ଦ୍ର ବେହେରାମାଳି, ପ୍ରଦୀପ ବଡ଼ମାଳୀ, ମୃତ୍ୟଞ୍ଜୟ ବଡ଼ମାଳୀ ଙ୍କ ସମେତ ସମସ୍ତ ପୂଜକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ କୁ ମରାମତି କରି ଅତି ଶୀଘ୍ର ଥଣ୍ଡା ପାନୀୟ ଜଳ ଯୋଗାଇ ଦେବାକୁ ଦାବୀ କରିଛନ୍ତି।

