ଓସିଏସ ପାଇଥିବା କେସିଙ୍ଗାର ଦୁଇ ସୁନାଝିଅଙ୍କୁ ସମ୍ମାନିତ କଲେ ଜିଲ୍ଲାପାଳ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କିଛିଦିନ ତଳେ ଓଡ଼ିଶା ପ୍ରଶାସନିକ ସେବାର ରିଜଲ୍ଟ ବାହାରିଥିବା ବେଳେ ଏଥିରେ କୃତକାର୍ଯ୍ୟ ହୋଇଥିବା କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହର ର ଦୁଇ ସୁନାଝିଅ କନକ ଜୈନ ଏବଂ ସଙ୍ଗୀତା ସେଠୀ ଙ୍କୁ ଆଜି କେସିଙ୍ଗା ସିଟିଜନ ଫୋରମ୍ ପକ୍ଷରୁ ସମ୍ମାନିତ କରାଯାଇ ଦୁହିଁ ଙ୍କ ଉଜ୍ଜଳ ଭବିଷ୍ୟତ ର କାମନା କରାଯାଇଥିଲା। ଏନେଇ କେସିଙ୍ଗା ଜଗନ୍ନାଥ ମନ୍ଦିର ପରିସରରେ ଥିବା ମୁଖ୍ୟମନ୍ତ୍ରୀ ସଭାଗୃହରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ଦୁଇ ଓସିଏସ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଫୋରମ୍ ସଭାପତି ଡାକ୍ତର ହେମସାଗର ସାହାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ ଅବସର ପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ପ୍ରେମାନିଧି ସେଠ, କେସିଙ୍ଗା ବିଡ଼ିଓ ଜନ୍ମେଜୟ ସ୍ୱାଇଁ ପ୍ରମୁଖ ମଞ୍ଚାସିନ ଥିଲେ। ଫୋରମ୍ ସଭାପତି ଓ ମୁଖ୍ୟ ଅତିଥି ଜିଲ୍ଲାପାଳ ନିଜ ଅଭିଭାଷଣରେ ଦୁଇ ଜଣ ନବାଗତ ଓ ସି ଏସ ଅଧିକାରୀ ଙ୍କୁ ଲୋଙ୍କ ସେବା ଓ ଶେଷ ପାହାଚରେ ଥିବା ଗରିବ ପାଖକୁ କେମିତି ସରକାରୀ ସହାୟତା ପହଞ୍ଚିବ ସେହି ବିଷୟରେ ଧ୍ୟାନ ଦେଇ ଆଗକୁ ବଢିବା ପାଇଁ ଅନୁରୋଧ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫୋରମ୍ ସମ୍ପାଦକ, ଉପସଭାପତି ସମେତ ଫୋରମ୍ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ଫୋରମ୍ ସମ୍ପାଦକ ବି ଚନ୍ଦ୍ରଶେଖର ଆଚାରି ପରିଚାଳନା କରିଥିବା ବେଳେ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ଫୋରମ୍ କୋଷାଧ୍ୟକ୍ଷ ରଞ୍ଜନ କୁମାର ପଣ୍ଡା।

Leave a Reply

Your email address will not be published. Required fields are marked *