ଉଦେଶୃଙ୍ଗ ଠାରୁ କୁରସୁଡ ପୂର୍ତ୍ତ ବିଭାଗ ରାସ୍ତା କାମ ସରିବ କେବେ?

ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର (ବ୍ରହ୍ମା ପ୍ରସାଦ କାଣ୍ଡ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରୁ କୁରସୁଡ ପୂର୍ତ୍ତ ବିଭାଗ ରାସ୍ତା କାମକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ରାସ୍ତା କାମଟି ଆରମ୍ଭ ହୋଇ ତିନି ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏଯାବତ କାମଟି ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଏହି ରାସ୍ତାଟି ଖଡ଼ିଆଳ ଠୁ ଭବାନୀପାଟଣା ମୁଖ୍ୟ ରାସ୍ତାରେ ସଂଯୋଗ ହୋଇଥିବାରୁ ଗୋଲାମୁଣ୍ଡା ବ୍ଲକର ଜନସାଧାରଣ ଉକ୍ତ ରାସ୍ତା ଉପରେ ବିଶେଷ ପରିମାଣରେ ଯାତାୟାତ କରିଥାନ୍ତି। ହେଲେ ରାସ୍ତା କାମଟି ଅଧପନ୍ତରିଆ ଅବସ୍ଥାରେ ଥିବାରୁ ରାସ୍ତାରେ ଯିବା ଆସିବା କରୁଥିବା ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଉଦବେଗ ପ୍ରକାଶ କରିଛନ୍ତି। ଉକ୍ତ କାମର କାର୍ଯ୍ୟ ଶୈଳୀ ଉପରେ ବିଭାଗୀୟ ଯନ୍ତ୍ରୀମାନଙ୍କ ଅନୁପସ୍ଥିତର କାରଣ ହେତୁ ଠିକାଦାରମାନଙ୍କ ମନମୁଖୀ କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏ ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କଲେ ଫୋନ ଉଠାଉନାହାନ୍ତି। କଳାହାଣ୍ଡି ଜିଲ୍ଲାପାଳ ଏ କାମ ଉପରେ ତଦନ୍ତ କରି ଦୃଢ଼କାର୍ଯ୍ୟନୁଷ୍ଠାନ ନେବାକୁ ସାଧାରଣରେ ଦାବୀ ହେଉଛି ।

Leave a Reply

Your email address will not be published. Required fields are marked *