ରାଜରାସ୍ତା କଡ଼ରେ ଥିବା ରାଇସ ମିଲ ମାନଙ୍କରେ ନାହିଁ ପାର୍କିଂ ବ୍ୟବସ୍ଥା

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ଜାତୀୟ ରାଜପଥ ଯାହାର ରକ୍ଷଣବେକ୍ଷଣ ସହିତ ଜବରଦାଖଲ ଓ ଅନ୍ୟାନ୍ୟ ସମସ୍ୟା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ ରାଜପଥ ବିଭାଗକୁ ଦାଇତ୍ୱ ପ୍ରଦାନ କରାଯାଇଛି। ଗତ କାଲି ଖଜୁରୀ ପଡ଼ା ଦୁର୍ଘଟଣା ପରେ ଜାତୀୟ ରାଜପଥ କେତେ ନିଜର ଦାଇତ୍ୱ ସମ୍ପାଦନ କରୁଛି ଜଳ ଜଳ କରି ଦେଖା ଯାଉଛି। ଜାତୀୟ ରାଜପଥ ରାସ୍ତା କଡ଼ରୁ କେତେ ଦୂରରେ ପାର୍କିଂ ରହିବା କଥା ନା ଚାଲକ ଙ୍କୁ ଜଣାଅଛି ନା ଉକ୍ତ ବିଷୟ ଉପରେ ରାଜପଥ ବିଭାଗ ଚାଳକକୁ ସଚେତନ କରାଉଛି। ସେପଟେ କେସିଙ୍ଗା ସହରର ମୁଖ୍ୟ ବଜାର ଓ ସହରର କେନ୍ଦ୍ର ରେ ଅନେକ ବଡ଼ବଡ଼ିଆ ମାନେ କିଛି ରାଜ ରାସ୍ତା ଉପରେ ତ କିଛି ରାଜ ରାସ୍ତା ର ତଳେ ବର୍ଷ ବର୍ଷ ଧରି ଦିନ ରାତି ପାର୍କିଂ ସ୍ଥଳ କରିଥିବା ବେଳେ ନା ପଡୁଛି ରାଜପଥ ବିଭାଗର ନଜର ନା ପଡୁଛି ସହରଭିତରେ ଦିନକୁ ୫୦ ରାଉଣ୍ଡ ମାରୁଥିବା ପୋଲିସ ର ନଜର ନପଡୁଛି ସହରର ଟ୍ୟାକ୍ସ ଆଦାୟ କରୁଥିବା ବିଜ୍ଞାପିତ ଅଞ୍ଚଳ ପରିଷଦ ର ନଜର।କିଛି ବଡ଼ ବଡ଼ ଦୋକାନ ରାଜପଥ କୁ ଲାଗିକରି ରହୁଥିବା ବେଳେ ଦୋକାନ ର ହୋଡିଙ୍ଗ ରାଜ ରାସ୍ତା କୁ ସଟେଇ କି ରହିଛି। ଅନ୍ୟପଟେ କିଛି ମାସ ତଳେ ମାନ୍ୟବର ସୁପ୍ରିମକୋର୍ଟ ଙ୍କ ଆଦେଶ ଅନୁଯାୟୀ ଜାତୀୟ ରାଜ ପଥରେ ଭାରି ଯାନ କିମ୍ବା ବ୍ୟବସାୟିକ ଯାନ ରଖିବାକୁ ବାରଣ କରି ଆଦେଶ ଜାରି କରିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥାନୀୟ ପ୍ରଶାସନ ପର୍ଯ୍ୟନ୍ତ ଆଦେଶ ପହଞ୍ଚିନାହିଁ ଭଳି ଲାଗୁଛି।ବିଗତ ଏକ ବର୍ଷ ମଧ୍ୟରେ କେସିଙ୍ଗା ଥାନା ଗାଈଗାଁ ରୁ କେସିଙ୍ଗା ମଧ୍ୟରେ ଅନେକ ରାସ୍ତା ଦୁର୍ଘଟଣା ଘଟି ଅନେକ ନିରୀହ ଲୋକଙ୍କ ଜୀବନ ଯାଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଭାଗ ପକ୍ଷରୁ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଗାଡ଼ି ଧୀରେ ଚଳାନ୍ତୁ ବୋଲି ରାସ୍ତା କଡ଼ରେ ବୋର୍ଡ ଖଣ୍ଡେ ଲଗାଇ ନାହାଁନ୍ତି। କେବଳ ଦୁର୍ଘଟଣା ଘଟିଲେ କିମ୍ବା ମୃତ୍ୟୁ ଘଟିଲେ ଜିଲ୍ଲା ରେଡ କ୍ରସ୍ ରୁ ପରିବାର କୁ କିଛି ଛୋଟମୋଟ ଆର୍ଥିକ ସହାୟତା ପ୍ରଦାନ କରି ନିଜ କାମ ସାରି ଦେଉଥିବା ପ୍ରଶାସନ କିମ୍ବା ସଂପୃକ୍ତ ବିଭାଗ ବାରମ୍ବାର ଦୁର୍ଘଟଣା ର କାରଣ ଖୋଜୁ ନାହାନ୍ତି। ରାଜ ରାସ୍ତା କଡ଼ରେ ଥିବା ରାଇସ ମିଲ ମାନକର ପାର୍କିଂ ବ୍ୟବସ୍ଥା କରିବା ପାଇଁ ମିଲ ମାଲିକ ମାନଙ୍କୁ ଆଦେଶ ଦେବା ସହିତ ଆଦେଶ ଖିଲାପ କାରି ମିଲ ମାନଙ୍କର ପଞ୍ଜିକରଣ ବାତିଲ କରିବା ପାଇଁ ସାଧାରଣ ରେ ଦାବୀ ହେଉଛି।

Leave a Reply

Your email address will not be published. Required fields are marked *