ଖବର ପ୍ରକାଶ ପରେ ସାମ୍ବାଦିକଙ୍କୁ ନାଲି ଆଖି ଦେଖାଇଲେ ଥାନା ଅଧିକାରିଣୀ!

ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ କୁମାର ସେନାପତି) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରରେ ସାମ୍ବାଦିକ ଙ୍କୁ  ଥାନା ଅଧିକାରିଣୀ କଳ୍ପନା ବେହେରା ବଜାର ମଝିରେ ଦୁବ୍ୟବହାର  କରିଥିବା ଅଭିଯୋଗ ଆସିଛି।   ଆଇଆଇସି ଖୋଜି ଖୋଜି ଆସି ବହିଦୋକାନ ଠାରେ ଥିବା ୩ ଜଣ ସାମ୍ବାଦିକ ଙ୍କୁ ଡାକି ଥାନା ଅଧିକାରୀ କଳ୍ପନା ବେହେରା ବଜାର ମଝିରେ ଲୋକଙ୍କ ଉପସ୍ଥିତି ରେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ମୁଁ ଥିବା ପର୍ଯ୍ୟନ୍ତ ତୁମେ କିଏ ମୋ କିଛି ପାରିବ ନାହିଁ ବୋଲି ମଧ୍ୟ କହିଥିବା ସାମ୍ବାଦିକ ମାନେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ଗୁରୁବାର ବିଳମ୍ବିତ ରାତ୍ରୀ ଶିକରପାଇ  ଲୋକମାନେ  ଥାନା ଅଧିକାରୀ କଳ୍ପନା ବେହେରା ଦୁବ୍ୟବହାର କରିଥିବା ନେଇ ଥାନା ସମ୍ମୁଖରେ  ଉତ୍ତେଜନା ଲାଗିରହିଥିଲା। ସେଥିରେ ଥାନା ଅଧିକାରିଣୀ କଳ୍ପନା ବେହେରା ଭୁଲ ମାଗିଥିଲେ। ଏହି ଖବର ପ୍ରଚାର ହେବାପରେ ଆଜି ଅପରାହ୍ନରେ ସାମ୍ବାଦିକ ମାନଙ୍କୁ ଡାକି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଛନ୍ତି। ଏ ସମ୍ପର୍କରେ ଏସ ଡି ପିଓ  ଗୌରହାରୀ ସାହୁ ପଚାରିବାରୁ ସେ କହିଲେ କଣ ହେଇଚି ମୁଁ ବୁଝୁଚି ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *