ଗ୍ରାମବାସୀଙ୍କ ଦ୍ବାରା ହରିଣ ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର

ପାପଡ଼ାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଗାଦବାକତ୍ରା ଗାଁକୁ ବିଳମ୍ବିତ ରାତିରେ ଏକ ହରିଣ ପଶି ଆସିଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଗାଦବାକତ୍ରା ଗାଁର ନିରନ ନାୟକଙ୍କ ଘରେ ଏକ ହରିଣ ପଶିଯାଇଥିଲା। ପରେ ସକାଳେ ପରିବାର ଲୋକେ ଗାଁ ଲୋକଙ୍କୁ ଡାକି ମୈଦଳପୁର ବନ ବିଭାଗ ଯୋଗାଯୋଗ କରିଥିଲେ। ମୈଦଳପୁର ବନ ବିଭାଗ ପହଞ୍ଚି ହରିଣକୁ ଉଦ୍ଧାର କରିଥିଲେ। ଉଦ୍ଧାର ହରିଣକୁ ପାପଡ଼ାହାଣ୍ଡି ଠାରେ ପ୍ରାଥମିକ ଚିକିତ୍ସା କରିବା ପରେ ମୃଗ ବିହାରରେ ଛାଡି ଦେଇଥିବା ସୂଚନା ମିଳିଛି। ଉଦ୍ଧାର ହୋଇଥିବା ହରିଣ ବୟସ ୪ବର୍ଷ ହୋଇଥିବାବେଳେ ଅଣ୍ଡିରା ହରିଣ ବୋଲି ଜଣାପଡ଼ିଛି।ପ୍ରଚଣ୍ଡ ଗ୍ରୀଷ୍ମ ତାତି ଓ ଖାଦ୍ୟ ଅନ୍ନେଷଣରେ ଗାଁ ଭିତରେ ପସିଥିବା ଜଣାପଡିଛି। ଏହି ଉଦ୍ଧାର ସମୟରେ ମୈଦଳପୁର ବନପାଳ ମଧୁସୂଦନ ପାତ୍ର, ବନରକ୍ଷୀ ବସନ୍ତ ନାୟକ, ଉମାଶଙ୍କର ମିଶ୍ର, ମଧୁସ୍ମିତା ତ୍ରିପାଠୀ, ସରସ୍ବତୀ ମେହେର, କାର୍ତିକ ମାଝୀ, ବୈଦନାଥ ମାଝୀ, ରାମଚନ୍ଦ୍ର ଭତ୍ରା, ଝାଡ଼େଶ୍ୱର ହରିଜନ, ଜୟନ୍ତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *