କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶ ରାମ ବାଗ) : କଲମପୁର ଗୋଷ୍ଠୀ ଶିକ୍ଷା ଅଧୀନରେ ଥିବା ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ୩୬ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ବରିଷ୍ଠ ପଦକୁ ପଦୋନ୍ନତି ହୋଇଛି। ସୂଚନା ଅନୁସାରେ ଲେଭେଲ୍- (ଭି) ଏ ରୁ ଲେଭେଲ୍ ଭି(ବି)କୁ ପଦୋନ୍ନତି ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟଠାରେ ପଦୋନ୍ନତି ନିର୍ଦ୍ଦେଶନାମା ପ୍ରଦାନ କରାଯାଇଛି। କଲମପୁର ଗୋଷ୍ଠୀ ଶିକ୍ଷା ଅଧୀନରେ ଥିବା ବିଭିନ୍ନ କ୍ଳଷ୍ଟରରୁ ଯଥାକ୍ରମେ କଲମପୁର କ୍ଳଷ୍ଟରରୁ ୯ ଜଣ, ବରଗାଁ କ୍ଳଷ୍ଟରରୁ ୮ ଜଣ, ଚୁରାଗାଁ କ୍ଳଷ୍ଟରରୁ ୩ ଜଣ, ମଣ୍ଡଳ କ୍ଳଷ୍ଟରରୁ ୨ ଜଣ, ବିଜମରା କ୍ଳଷ୍ଟରରୁ ୯ ଜଣ ଓ ମିନଗୁର କ୍ଳଷ୍ଟରରୁ ୫ ଜଣ ପଦୋନ୍ନତି ପାଇଛନ୍ତି। କଲମପୁର ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ବାଞ୍ଛାନିଧି ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀମାନେ ପଦୋନ୍ନତି ପାଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବ୍ଳକ ସାଧନ କେନ୍ଦ୍ର ସଂଯୋଜକ କୁଳମଣି ମାଝୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ବେହେରା, କିରାଣୀ ସାଇରାମ୍ ପଣ୍ଡା ତଥା ସିଆରସିସି, ବରିଷ୍ଠ ଶିକ୍ଷକ ସମୂହ କାର୍ଯ୍ୟକ୍ରମରେ ପୁର୍ଣ୍ଣ ସହଯୋଗ କରି ନିର୍ଦ୍ଦେଶନାମା ପ୍ରଦାନ କରିଥିଲେ।
