ଧର୍ମଗଡ ବ୍ଲକ ଯାଦବ ସମିତି ର ନୁଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ

ବେହେରା/କ୍ରାନ୍ତିକ୍ଷେତ୍ର (ପଦ୍ମବନ ବେମାଲ ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ପର୍ଲା ଖେଳପଡିଆ ମଞ୍ଚରେ ଧର୍ମଗଡ ବ୍ଲକ ଯାଦବ ସମିତି ର ନୁଆଁଖାଇ ଭେଟଘାଟ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଧର୍ମଗଡ ବ୍ଲକ ଯାଦବ ସମିତି ସଭାପତି ଶଙ୍କର ଯୁଆଡଙ୍କ ସଭାପତିତ୍ୱ ରେ  ବୈଠକ ଅନୁଷ୍ଠିତ ହୋଇଥିଲା। ଭାଇଚାରା ଓ ସଦଭାବନା ର ପର୍ବ ପଶ୍ଚିମ ଓଡିଶା ର ମହାନ ଗଣପର୍ବ ନୁଆଁଖାଇ ଅବସରରେ ନିଜ ନିଜ ମଧ୍ୟରେ ଭାଇଚାରା ଓ ସଦଭାବନା ସୃଷ୍ଟି ପାଇଁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆସନ୍ତା ୨୫ ତାରିଖ ରେ କରିବାପାଇଁ ସ୍ଥିର କରାଯାଇଛି।  ଉକ୍ତ ବୈଠକ ରେ ବ୍ଲକ ଉପସଭାପତି ଭବାନୀ ଖଡ଼ିକାର ସହ ସମ୍ପାଦକ ଗୌତମ ବାଗ ଆଞ୍ଚଳିକ ସଭାପତି ଧନିରାମ ଗୋପାଳ, ନିରାକାର ଗୋପାଳ, ଶଶୀଧର ନାଗ, ଦୁଃଶାସନ ଭଇସାଲ, ବୈକୁଣ୍ଠ କାଣ୍ଡ ରିଖିରାମ ବାରିକ, ଉଛବ ହଂସ ଉପସଭାପତି ଘାସିରାମ ଖରସେଲ, ଆଞ୍ଚଳିକ ସମ୍ପାଦକ ଚୌବନ କଟା, ଅଧିକ ଜାଲ,ଶିବାଲଲ ବାଗ, ଦିଗାମ୍ବର ବେମାଲ,ସୋସିଆ ହାତୀ, ମଧୁସୂଦନ ବାଗ, କେଶବ ଜୟରାମ ଖରସେଲ, ମଦନ ହଂସ ଉପସ୍ଥିତ ରହିଥିଲେ,କାର୍ଯ୍ୟକ୍ରମ କୁ ବ୍ଲକ ଯାଦବ ସମ୍ପାଦକ ଅରକ୍ଷିତ ଭଇସାଲ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *