କଲମପୁର ବ୍ଲକ ବିଜେଡିର ପୂର୍ବତନ ସଭାପତି ପ୍ରଦୀପ ବେହେରାଙ୍କ ପରଲୋକ: ଅଞ୍ଚଳରେ ଶୋକର ଛାୟା

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶ ରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବିଜେଡିର ପୂର୍ବତନ ବ୍ଲକ ସଭାପତି ତଥା ବରିଷ୍ଠ ରାଜନେତା ପ୍ରଦୀପ ବେହେରାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ, ପୁଅ ଓ ପରିବାରବର୍ଗ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ​ସୂଚନା ଅନୁଯାୟୀ, ଶ୍ରୀବେହେରା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଗତ ୨୮ ତାରିଖ ଦିନ ତାଙ୍କୁ ପରିବାର ଲୋକେ ବିଶାଖାପାଟଣାସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୩୦ ତାରିଖ ରାତି ପ୍ରାୟ ୧:୩୦ ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ​ଶ୍ରୀବେହେରା ଅଞ୍ଚଳରେ ଜଣେ ବେଶ୍ ଜଣାଶୁଣା ବ୍ୟକ୍ତି ଥିଲେ। ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଅତ୍ୟନ୍ତ ଅନୁଗତ ତଥା ବିଶ୍ୱସ୍ତ ଥିଲେ। ପଞ୍ଚାୟତ ନିର୍ବାଚନ ହେଉ କି ବିଧାନସଭା ନିର୍ବାଚନ ହେଉ ପ୍ରତ୍ୟେକ ନିର୍ବାଚନ ସମୟରେ ରଣନୀତି ପ୍ରସ୍ତୁତି ଓ ପରିଚାଳନାରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହୁଥିଲା। ତାଙ୍କ ମର ଶରୀର ୩୦ ତାରିଖ ବୁଧବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ବିଶାଖାପାଟଣାରୁ କଲମପୁର ବ୍ଲକ ଅନ୍ତର୍ଗତ ପୈତୃକ ଗ୍ରାମ ମଣ୍ଡଳ ଠାରେ ପହଞ୍ଚିଥିଲା। ମରଶରୀର ଗ୍ରାମରେ ପହଞ୍ଚିବା ପରେ ପରିବାରର ବାପା, ମା’, ସାନଭାଇ, କାକା, ଖୁଡ଼ୀ, ଆତ୍ମୀୟସ୍ୱଜନ ଏବଂ ଅଞ୍ଚଳବାସୀ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶ୍ରୀବେହେରାଙ୍କ ନିଜ ଚାଷ ଜମିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ବଡ଼ଭାଇ ଦିଲୀପ ବେହେରା , ସାନ ଭାଇ ସଞ୍ଜୀବ ବେହେରା ଓ ପୁଅ ଓମ୍ ବେହେରା ମୁଖାଗ୍ନି ଦେଇଥିଲେ। ଶେଷକୃତ୍ୟ ସମୟରେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁଧାଂଶୁ ଶେଖର ପଣ୍ଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ବିହାରୀ ପ୍ରଧାନୀ, ଧର୍ମଗଡ଼ ଏନଏସି ଅଧ୍ୟକ୍ଷ ଅଶୋକ ମହାନ୍ତି, ଗଣେଶ ସାହୁ , ସାମ୍ବାଦିକ ଦୀପକ ସାହୁ , ରବୀନ୍ଦ୍ର ମିଶ୍ର , ଗଣେଶରାମ ବାଗ , ଚକ୍ରଧର ନାଏକ , ପରମା ଠାକୁର , ମଣ୍ଡଳ ସରପଞ୍ଚ ତ୍ରୟମ୍ବକ ଭୋଇ , କୋଟାଗାଁ ସରପଞ୍ଚ ଚନ୍ଦନ ପଣ୍ଡା, ମୃତ୍ୟୁଞ୍ଜୟ ବିହାରୀ, ଅନଙ୍ଗସେନ୍ ବାଗ , ଟିଟୁ ମୁଣ୍ଡ, ପୁର୍ଣ୍ଣ ପ୍ରଧାନୀ, ଭବାନୀ ବେହେରା , ରମଣୀ ଜାଲ , ସଦାନନ୍ଦ ଚନ୍ଦନ ତଥା ସ୍ଥାନୀୟ ପଞ୍ଚାୟତର ଓ ଆଖପାଖ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶତାଧିକ ଜନସାଧାରଣ ଉପସ୍ଥିତ ରହି ଶେଷ ବିଦାୟ ଜଣାଇଥିଲେ।

Leave a Reply

Your email address will not be published. Required fields are marked *