କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶ ରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକରୁ ୧୫ ଜଣ ତୀର୍ଥଯାତ୍ରୀଙ୍କ ଶ୍ରୀକ୍ଷେତ୍ର ଯାତ୍ରା ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଚୟନ ହୋଇଥିବା ଏହି ତୀର୍ଥଯାତ୍ରୀମାନେ ପୁରୀ ଶ୍ରୀଜଗନ୍ନାଥ ଧାମ ଦର୍ଶନ ପାଇଁ ବୁଧବାର ସକାଳ ୧୦ଘଣ୍ଟା ସମୟରେ କଲମପୁର ବ୍ଲକରେ ପହଞ୍ଚି ଏକାଠି ହୋଇଥିଲେ । ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗି ତୀର୍ଥ ଯାତ୍ରୀଙ୍କୁ ସ୍ଵାଗତ କରିବା ସହ ପୂଜାର୍ଚ୍ଚନାର ବ୍ୟବସ୍ତା କରିଥିଲେ। ପୂଜା କରିସାରିବା ପରେ ଯାତ୍ରୀ ମାନେ ବସରେ ଜିଲ୍ଲା ସଦମହକୁମାକୁ ବାହାରି ସନ୍ଧ୍ୟା ସମୟରେ ଶ୍ରୀକ୍ଷେତ୍ର ଯାତ୍ରା କରିଛନ୍ତି। ଯାତ୍ରା ପୂର୍ବରୁ କଲମପୁର ବ୍ଲକ ପ୍ରଶାସନ ପକ୍ଷରୁ ତୀର୍ଥଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସୁରକ୍ଷିତ ଯାତ୍ରା କାମନା କରାଯାଇଥିଲା। ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର ସୁଯୋଗ ପାଇଥିବାରୁ ତୀର୍ଥଯାତ୍ରୀମାନଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ପ୍ରକାଶ ପାଇଛି। ପୁରୀ ଶ୍ରୀମନ୍ଦିର ଦର୍ଶନ ସହ ଶ୍ରୀକ୍ଷେତ୍ରର ବିଭିନ୍ନ ଧାର୍ମିକ ସ୍ଥାନ ପରିଦର୍ଶନ କରି ତୀର୍ଥଯାତ୍ରୀମାନେ ଆଧ୍ୟାତ୍ମିକ ଅନୁଭୂତି ନେବେ ବୋଲି ଜଣାପଡ଼ିଛି।
