ବେଆଇନ୍ ମଦ କାରବାର ବନ୍ଦ ଦାବିରେ ବିଜେଡିର ଦାବିପତ୍ର

ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର : ଧର୍ମଗଡ ବସ ଷ୍ଟାଣ୍ଡ ପାଖ ଓ କେନ୍ଦ୍ରୀୟ ବିଦ୍ୟାଳୟ ଯିବା ରାସ୍ତାରେ ଥିବା ଦେଶୀ ଓ ବିଦେଶୀ ମଦ ଦୋକାନ ସ୍ଥାନାନ୍ତର କରିବା ସହିତ ବେଆଇନ ମଦ କୋଠି ବନ୍ଦ କରିବାପାଇଁ ଧର୍ମଗଡ ବିଜୁ ଜନତା ଦଳ ତରଫରୁ ଚେତାବନି ଦିଆଯାଇଛି। ଏନେଇ ଆଜି ଧର୍ମଗଡ ବିଜୁ ଜନତା ଦଳ ସଭାପତି ଡାକେ ଲହଜଲଙ୍କ ନେତୃତ୍ବରେ ଧର୍ମଗଡ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଓ ଅବକାରୀ ଅଧିକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଉକ୍ତ ଦାବିପତ୍ର ପ୍ରଦାନ ସମୟରେ ମହିଳା ସଭାନେତ୍ରୀ ମମତା ରାଣୀ ଗୋପାଳ, ଜିଲ୍ଲା ସାଧାରଣ ସମ୍ପାଦକ ଦିବ୍ୟସିଂହ ମହାନ୍ତି,  ସମ୍ପାଦକ ଲବଣୀ ରାଉତ ଯାଦବ, ବ୍ଲକ ସାଧାରଣ ସମ୍ପାଦକ ଭବେଶ ଗୟିନ୍ତା, ଜିଲ୍ଲା ପରିଷଦ ସଭ୍ୟ ଗୋପୀ ମହାନନ୍ଦ, ପ୍ରଣବ ଭଏସାଲ, ବ୍ଲକ ଉପ ସଭାପତି ଭବାନୀ ଶଙ୍କର ପଣ୍ଡା, ରତନ ନାଏକ, ବ୍ଲକ ସମ୍ପାଦକ ରାଧାକାନ୍ତ ଗୁରୁ, ତପନ ସା, ଧର୍ମଗଡ ନଗର ସଧାରଣ ସମ୍ପାଦକ ପ୍ରମୋଦ ହଂସ, ସମ୍ପାଦକ ପ୍ରେମ ଲାଲ ସାଗର, ସନ୍ତୋଷ ପାଢ଼ୀ, ଯୁବ ନେତା ଭବାନୀ ବଣିଆ,  ସୁନୀଲ ଭଏସାଳ, କାଉନସିଲର ସନ୍ତୋଷୀନୀ ନାଏକ, ଜୁଲି ମହାନନ୍ଦ, ବେଲମତି ପୁଝାରୀ, ହେମଲତା ଗୋପାଲ, ଧନୀରାମ ହାତୀ, ସଞ୍ଜୟ ଭୋଇ, ସୋଷିଆ ହାତୀ ସମେତ ଦଳୀୟ କର୍ମୀମାନେ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *