ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର) : ଭବାନୀପାଟଣା ବ୍ଲକ୍ ଅନ୍ତର୍ଗତ ତଳବେଲ ଗ୍ରାମରେ ‘ସ୍ୱରାଜ ସଙ୍ଗ କଳାହାଣ୍ଡି’ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଜୀଙ୍କ ପବିତ୍ର ଜନ୍ମଜୟନ୍ତୀ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରାଯାଇଛି। ଏହି ପବିତ୍ର ଅବସରରେ ସକାଳୁ ପ୍ରଭାତଫେରୀ, ଶ୍ରମଦାନ ଏବଂ ଚରଖା ଅଭ୍ୟାସ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଗାନ୍ଧୀଜୀଙ୍କ ସତ୍ୟ, ଅହିଂସା, ସ୍ୱଚ୍ଛତା ଓ ସେବାର ଆଦର୍ଶକୁ ସ୍ମରଣ କରାଯିବା ସହ ସମାଜ ପ୍ରତି ଆମର ଦାୟିତ୍ୱବୋଧକୁ ଆହୁରି ସୁଦୃଢ଼ କରିବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱରାଜ ସଙ୍ଗମ ସାଥୀ କଳାହାଣ୍ଡିର ଅବଦୁଲ ସାଜିଦ୍, ସରୋଜ ବାଗ, ବେଣୁ ଦୁର୍ଗା, ମନ୍ଦାକିନୀ ବାଣୁଆ, ନିରାକାର ଦୁର୍ଗା, କୁନି ମାଝୀ, ଜୋସ୍ନା ମାଝୀ, ନନ୍ଦିନୀ ବେନାଲ, ଅଙ୍କିତା ବାଗ, ରଞ୍ଜିତା ମାଝୀ, ଜୟମନି ମାଝୀ, ସନ୍ତୁଲା ମାଝୀ, ମନୋରମା ନାଗ, ସାରଙ୍ଗଧର ବିନାଲ, ମଥୁରା ମାଝୀ, ପ୍ରେମଲାଲ୍ ନାଏକ, ଅଞ୍ଜଳି ବେନାଲ, ବ୍ୟଞ୍ଜନ କୁମାର ମାଝୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା ଓ ସହଯୋଗ କରିଥିଲେ।
