କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଳକ କଂଗ୍ରେସ କମିଟି ତରଫରୁ ସ୍ଥାନୀୟ ଗାନ୍ଧୀ ଭବନଠାରେ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଲାଳବାହାଦୁର ଶାସ୍ତ୍ରୀ ଜୀଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଛି। ବ୍ଲକ କଂଗ୍ରେସ କମିଟି ସଭାପତି ଲକ୍ଷ୍ମଣ ଶବରଙ୍କ ସଭାପତିତ୍ୱରେ ଏହି ଉତ୍ସବ ପାଳନ କରାଯାଉଥିଲା। ଏହି ଅବସରରେ ଗାନ୍ଧୀଜୀଙ୍କ ସତ୍ୟ, ଅହିଂସା, ସ୍ୱଚ୍ଛତା ଓ ସେବାର ଆଦର୍ଶକୁ ସ୍ମରଣ କରାଯିବା ସହ ସମାଜ ପ୍ରତି ଆମର ଦାୟିତ୍ୱବୋଧକୁ ଆହୁରି ସୁଦୃଢ଼ କରିବା ଏବଂ ଶାସ୍ତ୍ରୀଜୀଙ୍କ ଅସାଧାରଣ ସରଳତା ଓ ଦେଶପ୍ରେମ ଆଜିର ପିଢ଼ି ପାଇଁ ପ୍ରେରଣାର ଉତ୍ସ ହେଉ ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ବ୍ଲକ କଂଗ୍ରେସ ସମ୍ପାଦକ ଅଭିମନ୍ୟୁ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ନିମାଇ ଚରଣ ଧଙ୍ଗଡ଼ା ମାଝୀ, ମହିଳା କଂଗ୍ରେସ ବ୍ଲକ ସଭାନେତ୍ରୀ ଫୁଲତୋଳା ଖମାରୀ, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ନେଗୀ, କୋକସରା ଜୋନ ସଭାପତି ହେମନ୍ତ ଚନ୍ଦ୍ର ବାଗ, ଧନେଶ୍ୱର ମହାନନ୍ଦ, କୋକସରା ପଞ୍ଚାୟତ ସଭାପତି କୃପାସିନ୍ଧୁ ବାଗ, ଭୁଷଣ ମହାନନ୍ଦ (ଲିଟୁ) ପ୍ରମୁଖ ଉପସ୍ଥିତ ରହିଥିଲେ।
